ବେହେରାପାଲିଠାରେ ସାଇ ଭଜନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ବେହେରାପାଲି ଗ୍ରାମଠାରେ ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଶିରିଡି ସାଇ ବାବାଙ୍କ ଜନ୍ମ ଦିନ ପାଳନ ଅବସରରେ ଏକ ସାଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଣିମୋରାର ଶ୍ରୀ ଶ୍ରୀ ସାଇ ଭଜନ ମଣ୍ଡଳୀ ସାଇ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା ଶିଶିର କୁମାର ସାହୁ, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଟେକଚାନ୍ଦ ଦୁଆନ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଚନ୍ଦ୍ରଶେଖର ବାରିକ, ଉପେନ୍ଦ୍ର ଭୋଇ ଯୋଗଦାନ କରିଥିଲେ । ସମାଜସେବୀ କୌଶିକ ସାହୁଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ କେଦାରନାଥ ସାହୁ ଏବଂ ପୁଷ୍ପାରାଣୀ ଭୋଇ ଦାୟିତ୍ୱ ନିର୍ବାହ କରିଥିଲେ । ଶିରିଡି ସାଇ ଏବଂ ସତ୍ୟସାଇ ବାବାଙ୍କଠାରେ ଯଥାବିଧି ପୂଜାର୍ଚ୍ଚନା କରି ଭଜନ ଗାୟିକା ଅରୁଣା ପରଡିଆ ସୁମଧୁର କଣ୍ଠରେ ଅନେକ ସାଇ ଭଜନ ଗାନ କରିଥିଲେ । ବାଦ୍ୟଯନ୍ତ୍ରରେ ସୁରେଶ ପଧାନ, ବାଲ ଗୋପାଳ ପଧାନ, ଉତ୍ତର ନାଏକ, ସରୋଜ ପଧାନ, ପିଣ୍ଟୁ ବେହେରା, ତ୍ରିଲୋଚନ ପରଡିଆ ସହଯୋଗ କରିଥିଲେ । ଗ୍ରାମରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଭକ୍ତ ଉପସ୍ଥିତ ଥିଲେ ।

Leave A Reply

Your email address will not be published.