ମର୍ମନ୍ତୁଦ ଦୁର୍ଘଟଣା : ୧ ମୃତ

କାମାକ୍ଷାନଗର : କାମାକ୍ଷାନଗର ଅଞ୍ଚଳରେ ଭାରସାମ୍ୟ ହରାଇ ଏକ କାର ମର୍ମନ୍ତୁଦ ଦୁର୍ଘଟଣା ଘଟାଇଥିବା ଖବର ମିଳିଛି । ଘଟଣାରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି । ମୃତକ ଜଣକ କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମର ସନ୍ତୋଷ ସାସମଲ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ସନ୍ତୋଷ ସାସମଲ ଗତକାଲି ସନ୍ଧ୍ୟା ସମୟରେ ନିଜର କାର୍ ନେଇ ଆଉ ଘରକୁ ଫେରି ନଥିଲେ । ଆଜି ସକାଳେ କଙ୍କଡାହାଡ ଥାନା ତଣ୍ଡିମୁଣ୍ଡା ଗ୍ରାମ ନିକଟରେ ତାଙ୍କ କାରଟି ଦୁର୍ଘଟଣା ଘଟିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ଲୋକଙ୍କୁ ଜଣାଇଥିଲା । ଏ ନେଇ କିଛି ସମୟ ପାଇଁ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.