ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ୍ ଆଟାକ୍ ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ସିଲନ୍ଦୀ ଗାଁରେ ଔଷଧ ଆଣିବାକୁ ଯାଇଥିବା ଯୁବକଙ୍କୁ ଡାକି ନେଇ ଜନଶୂନ୍ୟ ଅଞ୍ଚଳରେ ତାଙ୍କ ନିକଟ ସମ୍ପର୍କୀୟ ଏସିଡ୍ ଆଟାକ୍ କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣ ସଲନ୍ଦର ଗ୍ରାମର ପାର୍ଥସାରଥ ଜୋନା ବୋଲି ଜଣାପଡିଛି । ପାର୍ଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ରାଜନୈତିକ ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ୍‌ ମାଡ଼ କରାଯାଇଥିବା ପୀଡିତ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାର୍ଥଙ୍କୁ ଉପରକୁ ସମ୍ପର୍କୀୟ ମାନେ ଗୁରୁବାର ବିଳମ୍ବିତ ରାତିରେ ଏସିଡ ମାଡ଼ କରିଥିଲେ । ମେଡିସିନ୍ ଦୋକାନରୁ ମେଡିସିନ୍ ଆଣି ଫେରିବା ବେଳେ ଏସିଡ୍ ମାଡ କରାଯାଇଥିବା ଅଭିଯୋଗ ହୋଇଛି । ପାର୍ଥଙ୍କୁ ଗୁରୁତର ଭାବେ ପ୍ରଥମେ ବନ୍ତ ପରେ ଭଦ୍ରକ ମେଡିକାଲକୁ ନିଆଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏସିଡ୍‌ ମାଡକୁ ନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.