csstore

ହରିଶଙ୍କରଠାରେ ମିଶନ ଶକ୍ତି ପାନ୍ଥନିବାସ ଓ କାଫେ ବିଧାୟକ ସରୋଜ ମେହେର ଏବଂ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ଵାରା ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ମିଶନ ଶକ୍ତି ପାନ୍ଥ ନିବାସ ଓ କାଫେ ସୋମବାର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ ବିଧାୟକ ସରୋଜ ମେହେର, ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଉପାଧ୍ୟକ୍ଷା ମିଥିଲା ମାଝୀ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ମହାଜନ, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ଖପ୍ରାଖୋଲ ବ୍ଲକ ଅଧାକ୍ଷା ନିରୁପମା ପଟେଲ, ସହକାରୀ ଯନ୍ତ୍ରୀ ସୋମ୍ୟ କିଶୋର ଜୟପୁରିଆ ପ୍ରମୁଖ ଯୋଗଦେଇଥିଲେ । ହରିଶଙ୍କର ଠାରେ ଥିବା ପାନ୍ଥ ନିବାସକୁ ପରିବର୍ତ୍ତିତ କରି ପର୍ଯ୍ୟଟକଙ୍କ ରହିବା ଖାଇବା ପାଇଁ ଉତ୍ତମ ମାନର ବ୍ୟବସ୍ଥା ସହ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥାର ଉଦ୍‌ଘାଟନ କରିଥିଲେ । ମିଶନ ଶକ୍ତି ଜରିଆରେ ମହିଳା ଏସ୍‌ଏଚ୍‌ଜିମାନଙ୍କୁ ସଶକ୍ତ କରି ପନ୍ଥାନିବାସ ଓ କାଫେର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନାନ୍ଦୁପଲା ସରପଞ୍ଚ ନୀଳେନ୍ଦ୍ରୀ ପୁଝାରୀ, ମିଶନ ଶକ୍ତି ଜିଲ୍ଲା ସଂଯୋଜିକା ସୁମନ ତ୍ରିବେଦୀ, ସୂର୍ଯ୍ୟଭାନୁ ମେହେର, ଖୀରଧର ବରିହା, ମାନସ ଠାକୁର, ବଳରାମ ବେହେରା, ମିଶନ ଶକ୍ତିର ମହିଳା ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.