ଜଙ୍ଗଲ ଭିତରେ ନିଆଁ ଲଗାଉଥିବା ସମୟରେ ୫ ଦୁର୍ବୃତ୍ତଙ୍କୁ ଧରିଲା ବନବିଭାଗ

କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟ ନଅଣା ରେଞ୍ଜ ଅଞ୍ଚଳରେ ଜଙ୍ଗଲ ଭିତରେ ନିଆଁ ଲଗାଉଥିବା ସମୟରେ ୫ ଦୁର୍ବୃତ୍ତଙ୍କୁ ବନବିଭାଗ କାବୁ କରିଥିବା ଖବର ମିଳିଛି । ଆଜି ତାଳବନ୍ଧ ରେଞ୍ଜର ୬ଟି ଏବଂ ଚହଲା ରେଞ୍ଜର ଗୋଟିଏ ପଏଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବାକୁ ବନଭିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି । ଏନେଇ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡର ଏସି.ଏଫ.ପ୍ରଦୀପ ଦେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.