ସୋନିଆ ଗାନ୍ଧୀ ନିକଟରେ ବିଧାନସଭା ନିର୍ବାଚନ ସରିଥିବା ରାଜ୍ୟର କଂଗ୍ରେସ ସଭାପତିଙ୍କ ଇସ୍ତଫା ମାଗିଲେ : ଲଲ୍ଲୁ ଏବଂ ଗୋଦିୟାଲ ପଦ ଛାଡ଼ିଲେ

ନୂଆଦିଲ୍ଲୀ : ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ​​କଂଗ୍ରେସର ଅପମାନଜନକ ପରାଜୟ ପରେ ମଙ୍ଗଳବାର ଦିନ କଂଗ୍ରେସ ନେତୃତ୍ୱ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ପାଞ୍ଚଟି ନିକଟରେ ବିଧାନସଭା ନିର୍ବାଚନ ସରିଥିବା ରାଜ୍ୟରେ ଦଳର ସଭାପତିଙ୍କୁ ଇସ୍ତଫା ଦେବାକୁ କହିଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଏହି ନିର୍ଦ୍ଦେଶର କିଛି ସମୟ ପରେ ଉତ୍ତରାଖଂଡ଼ କଂଗ୍ରେସ କମିଟି ସଭାପତି ଗଣେଶ ଗୋଦିୟାଲ ଏବଂ ଉତ୍ତରପ୍ରଦେଶ କଂଗ୍ରେସ କମିଟି ସଭାପତି ଅଜୟ କୁମାର ଲଲ୍ଲୁ ସେମାନଙ୍କ ଇସ୍ତଫା ଘୋଷଣା କରିଛନ୍ତି । କଂଗ୍ରେସ ୱାର୍କିଂ କମିଟି ବୈଠକର ୨ ଦିନ ପରେ ସୋନିଆ ଗାନ୍ଧୀ ଏହି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.