ବଲାଙ୍ଗିର ରୋଟାରୀ ଏଲିଟ ପକ୍ଷରୁ ୫ ଜଣ ଡାକ୍ତର ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୋଟାରୀ ଏଲିଟ ପକ୍ଷରୁ ବଲାଙ୍ଗିରରେ ସାରା ଜୀବନ କାଳ ନିଃସ୍ଵାର୍ଥପର ଭାବରେ ରୋଗୀମାନଙ୍କୁ ସେବା ଯୋଗାଇ ଦେଇ ଆସିଥିବା ବଲାଙ୍ଗିରର ବରିଷ୍ଠ ୫ ଜଣ ଡାକ୍ତରଙ୍କୁ ସମ୍ମାନିତ କରି ସମ୍ବର୍ଦ୍ଧିତ କରାଯାଇଛି । ଏଥିପାଇଁ ସ୍ତାନୀୟ ପତିତପାବନ ଏକାଡେମୀ ସଭାଗୃହରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ମୁଖ୍ୟ ବକ୍ତା ଭାବେ ପ୍ରଫେସର ମଧୁସୂଦନ ପତି ଯୋଗଦେଇ ବକ୍ତବ୍ୟରେ ଏହି ଡାକ୍ତରମାନେ ତାଙ୍କ ଜୀବନ କାଳରେ ଯେଉଁ ସେବା ଦେଇଛନ୍ତି, ତାହା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ବୋଲି ମତ ଦେଇଥିଲେ । ଡାକ୍ତର କୃଷ୍ଣ ପ୍ରସାଦ ବହିଦାର, ଡାକ୍ତର ହାଡିବନ୍ଧୁ ଶତପଥୀ, ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାପାତ୍ର, ଡାକ୍ତର ଏନ୍. ଡି. ଠାକୁର ଓ ଡାକ୍ତର ସରୋଜ କୁମାର ପାଣିଗ୍ରାହୀଙ୍କୁ ପ୍ରଶଂସା ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦାୟୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍ ଡା. ଅଶୋକ ସିଂ ମଞ୍ଚାସୀନ ଥିଲେ । ସ୍ଵାଗତ ଭାଷଣ ଦେଇଥିଲେ ରୋଟାରୀ ଇଲିଟର ସମ୍ପାଦକ ନୂତନ ନାୟକ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ଜିଲ୍ଲା ସଭାପତି ସନ୍ଦୀପ ପାଣିଗ୍ରାହୀ । ସଭାରେ ସଂଯୋଜନା କରିଥିଲେ ଧର୍ମେନ୍ଦ୍ର ନନ୍ଦ । ଏହି କାର୍ୟ୍ୟକ୍ରମରେ ରୋଟାରୀ ଏଲିଟର ସଭ୍ୟମାନଙ୍କ ବ୍ୟତୀତ ସହରର ନାଗରିକ, ସାମ୍ବାଦିକ, ମହିଳାମାନେ ଯୋଗାଇଥିଲେ ।

jittmm
Leave A Reply

Your email address will not be published.