oom

ଆଗଲପୁର ବ୍ଲକରେ ସରପଂଚ ଓ ସମିତି ସଭ୍ୟ ଭାବେ କେଉଁମାନେ ବିଜୟୀ ହୋଇଛନ୍ତି ଆସନ୍ତୁ ଜାଣିବା

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଥିବା ୯ ଗୋଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ବିଜୟୀ ହୋଇଛନ୍ତି । ସରପଂଚ ଭାବେ ବିଜୟୀ ପ୍ରାର୍ଥୀମାନେ ହେଲେ ଆଗଲପୁର ପଂଚାୟତରେ ନନ୍ଦିନୀ ମେହେର ୧୨୮୨ ଭୋଟରେ, ବାବୁଫାସଡରୁ ଜୟନ୍ତୀ ସେଠ୍‌ ୧୦୨୭ ଭୋଟରେ, ବୁଦୁଲା ରିନା ପଧାନ ୨୨୪୭ ଭୋଟରେ, ନଅଗାଁ(କ) ତପସ୍ୱିନୀ ସେଠ ୨୧୩୭ ଭୋଟରେ, ରିନବଚନ ପ୍ରମିଳା ଦୋରା ୮୨୦ ଭୋଟରେ, ରୋତ ଜୟଲାଲ ସିନ୍ଦୁର ୧୦୭୪ ଭୋଟରେ, ନୁନିଆପାଲି ପୁଷ୍ପାଞଳି ସାହୁ ୫୪୬ ଭୋଟରେ, ଭରସୁଜା ପ୍ରମିଳା ସାହୁ ୨୨୮୮ ଭୋଟରେ, ଝରନିପାଲି ସୁନିତା ସାହୁ ୧୧୧୦ ଭୋଟରେ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟ ଭାବେ ନରେଶ କୁମାର ସାହୁ ୧୧୬୧ ଭୋଟରେ, ଅନିତା ଭୁଏ ୧୨୧୨ ଭୋଟରେ, କମଲ କୁମାର ସେଠ ୧୧୭୫ ଭୋଟରେ, ନିରୁପମା ପଧାନ ୧୭୬୮ ଭୋଟରେ, ସୁଜାତା ମାଝି ୨୨୩୪ ଭୋଟରେ, ବିଳାସିନି ଭୋଇ ୬୯୬ ଭୋଟରେ, ବନିତା ନାଏକ ୨୫୦୭ ଭୋଟରେ, ସୁଜାତା ସାହୁ ୨୨୨୩ ଭୋଟରେ, ଯଶୋଦା ଦଳେଇ ୯୮୦ ଭୋଟରେ ବିଜୟୀ ହୋଇଛନ୍ତି ।

jittmm
Leave A Reply

Your email address will not be published.