ବାଦିବାହାଲରେ ପ୍ରଶାନ୍ତ କୁମାର ତ୍ରିପାଠୀ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବାଦିବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରଶାନ୍ତ କୁମାର ତ୍ରିପାଠୀ ୧୮୦୦ ଭୋଟ୍‌ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସୁନିଲ କୁମାର ଦାଶଙ୍କଠାରୁ ୩୮୯ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ତାଙ୍କର ପତ୍ନୀ ସମିତି ସଭ୍ୟ ପ୍ରାର୍ଥୀ ପାର୍ବତୀ ତ୍ରୀପାଠୀ ବୁଢ଼ୀପଦର ଗ୍ରାମ ପଞ୍ଚୟତରୁ ମଧ୍ୟ ବିଜୟୀ ହୋଇଛନ୍ତି । ଏହା ପୁର୍ବରୁ ପ୍ରଶାନ୍ତ କୁମାର ତ୍ରିପାଠୀ ବୁଢ଼ୀପଦର ଗ୍ରାମ ପଞ୍ଚୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ଜିତିଥିଲେ । ପଞ୍ଚାୟତର ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.