jayashree

ଆସନ୍ତା ୨୬ରୁ ପଦ୍ମପୁର ଉପଖଣ୍ଡରେ ଭୋଟ ଗଣତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ତିନୋଟି ବ୍ଳକ ପାଇକମାଲ, ଝାରବନ୍ଧ ଓ ରାଜ ବୋଡାସମ୍ବରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଛି । ତେବେ ଏଠାରେ ଭୋଟ ଗଣତି ପ୍ରକ୍ରିୟା ଆସନ୍ତା ୨୬, ୨୭ ଓ ୨୮ ତିନିଦିନ ଧରି ଅନୁଷ୍ଠିତ ହେବ । ୨୬ ତାରିଖରେ ପାଇକମାଲ ବ୍ଳକ ଜିଲ୍ଲା ପରିଷଦ ଜୋନ୍ ନଂ ୧ର କାଂସଡା, ଛିନ୍ଦେଇକେଲା, ଜାମସେଠ, ଝାରବନ୍ଧ, ଝିଟକି, ବରତୁଣ୍ଡା ଓ ମାଣ୍ଡୋସିଲ ଆଦି ୭ଟି ପଞ୍ଚାୟତର ଭୋଟ ଗଣତି ହେବ । ଦ୍ଵିତୀୟ ପର୍ଯ୍ୟାୟ ୨୭ ତାରିଖରେ ପାଇକମାଲ ବ୍ଳକ ଜିଲ୍ଲା ପରିଷଦ ଜୋନ୍ ନଂ ୨ର କେର୍ମେଲାବାହାଲ, ଛେତଗାଁ, ପଲସଦା, ପାଇକମାଲ, ଭେଙ୍ଗରାଜପୁର, ଭୁବନେଶ୍ୱରପୁର, ମିଠାପାଲି ଆଦି ୭ଟି ପଞ୍ଚାୟତର ଭୋଟ ଗଣତି ପ୍ରକ୍ରିୟା ହେବ । ସେହିପରି ୨୮ ତାରିଖ ଦିନ ପାଇକମାଲ ଜିଲ୍ଲା ପରିଷଦ ଜୋନ୍ ନଂ ୩ରେ କେଛୋଦାଦର, ଚର୍ଦାପାଲି, ଟେମିରି ବାଦିକଟା, ବୁକୁରାମୁଣ୍ଡା, ମାଣ୍ଡିଆଢିପା, ସରେଇକେଲା, ଲଖମରା ଆଦି ୮ ଟି ପଞ୍ଚାୟତର ଭୋଟ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହେବ । ପାଇକମାଲ ବ୍ଳକ ପୁରୁଣା ଆଇସିଡିଏସ୍‌ କାର୍ଯ୍ୟାଳୟ ଗୃହରେ ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପଦବୀ ଲାଗି ତିନି ଦିନ ଧରି ସକାଳ ୮ ଘଣ୍ଟା ସମୟରୁ ଭୋଟ ଗଣତି ଆରମ୍ଭ ହେବ । ଏନେଇ ପାଇକମାଲ ନିର୍ବାଚନ ଅଧିକାରୀଣୀ ତଥା ବିଡିଓ ଉପାଞ୍ଚଳି ମାଝୀ ସମସ୍ତ ପ୍ରାର୍ଥୀଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

Leave A Reply

Your email address will not be published.