ଷ୍ଟକ୍ ମାର୍କେଟରେ ଭୂମିକମ୍ପ : ସେନ୍ସେକ୍ସ ୧୮୦୦ ପଏଣ୍ଟରୁ ତଳକୁ ଖସିଲା

ବମ୍ୱେ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁ ଆଜି ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ପ୍ରଭାବ ପଡ଼ିଥିବା ବେଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ଇଣ୍ଡେକ୍ସ ସେନ୍ସେକ୍ସ ଆଜି ୧୮୫୯ ପଏଣ୍ଟ ଖସିବା ସହ କାରବାର ଆରମ୍ଭ ହୋଇଥିବା ଜଣାପଡିଛି । ଏହାର କିଛି ସମୟ ପରେ ପୁଣିଥିରେ ସାମାନ୍ୟ ସୁଧାର ଆସିଥିଲା ଏବଂ ସୂଚକାଙ୍କ ୧୪୩୦ ପଏଣ୍ଟ ହ୍ରାସ ପାଇ ୫୫,୮୦୨ ସ୍ତରକୁ ଛୁଇଁଥିଲା । ହେଲେ ବର୍ତ୍ତମାନ ପୁଣି ଥରେ ସେନ୍ସେକ୍ସ ୧୮୦୫ ପଏଣ୍ଟ ହ୍ରାସ ପାଇ ୫୫,୪୨୬ ରେ ପହଞ୍ଚିଥିବା ସୂଚନା ମିଳିଛି । ମାତ୍ର କିଛି ମିନିଟ୍‌ର କାରବାର ସମୟରେ ଆଠ ଲକ୍ଷ କୋଟି ଟଙ୍କା ନିବେଶକମାନେ କ୍ଷତି ସହିଥିବା କୁହାଯାଉଛି ।

ଅନ୍ୟ ପଟେ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ଦେଖାଯାଇଛି । ଏଥିରେ ୪୧୪ ପଏଣ୍ଟ ଖସିବା ସହ ୧୬,୬୪୮ରେ ପହଞ୍ଚିଛି । ବଜାର ଖୋଲିବା ମାତ୍ରେ ପ୍ରାୟ ୨୭୦ ଟି ସେୟାର ବୃଦ୍ଧି ପାଇଥିବା ବେଳେ ୧୮୫୩ ଟି ସେୟାର ହ୍ରାସ ପାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ୭୯ ସେୟାରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏଥିମଧ୍ୟରୁ ସମସ୍ତ ୩୦ ଟି ସେନ୍ସେକ୍ସ ଷ୍ଟକ୍ ବିପଦରେ ରହିଥିବା ବେଳେ, ୟୁପିଏଲ୍, ଟାଟା ମୋଟର୍ସ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଟାଟା ଷ୍ଟିଲ୍ ଏବଂ ଆଇସିଆଇସିଆଇ ବ୍ୟାଙ୍କ ନିଫ୍ଟିରେ ସବୁଠାରୁ ତଳକୁ ଖସିଛି ।

Leave A Reply

Your email address will not be published.