ନିମାରରେ ଭୂମିକମ୍ପ ଅନୁଭୂତ

ଭୋପାଳ : ଇନ୍ଦୋରରୁ ୧୨୫ କି.ମି ଦୂର ନିମାରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡଇଛି । ଏନ୍‌ସିଏସ୍‌ର ସୂଚନା ଅନୁଯାୟୀ, ଭୂମିକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି । ଆଜି ସକାଳ ପ୍ରାୟ ୪ଟା ୫୩ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର ଝଟକା ନିମାର ସହ ଅନ୍ୟ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭବ ହୋଇଥିବା ଜଣାପଡିଛି । ଝଟକା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିବା ବେଳେ ଏଯାଏଁ ଭୂମିକମ୍ପରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.