ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ ୨୫ଟି ଜିଲ୍ଲାର ୪୮ଟି ବ୍ଲକ ଅନ୍ତର୍ଗତ ୯୭୫ଟି ପଞ୍ଚାୟତରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୧୩୧ ଜିଲ୍ଲା ପରିଷଦ ଜୋନରେ ୫୨୦ ପ୍ରାର୍ଥୀଙ୍କ ଭାଗ୍ୟ ବି ସିଲ୍ ହେବ ଭୋଟ ବାକ୍ସ ଭିତରେ । ୧୩ ହଜାର ୫୧୪ଟି ବୁଥରେ ୪୧ ଲକ୍ଷ ୮୮ ହଜାର ୩୮୨ ମତଦାତା ମତଦାନ କରିବେ । ଅନ୍ୟପଟେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ବାତିଲ ହୋଇଥିବା ୪୫ଟି ବୁଥରେ ଗତକାଲି ପୁନଃ ମତଦାନ କରାଯାଇଛି । ଗତକାଲି ହୋଇଥିବା ଚତୁର୍ଥ ପର୍ୟ୍ୟାୟ ମତଦାନରେ ରାଜ୍ୟରେ ମତଦାନ ହାର ୭୯% ଥିଲା ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶେଷ ପର୍ଯ୍ୟାୟ ଭୋଟ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏ ନେଇ ରାଜ୍ୟ ପୁଲିସ ବିଭାଗକୁ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
Next Post