jsm

୧୫ ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ନେଇ କୀର୍ତ୍ତନଙ୍କ ପ୍ରଚାର

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ୧୫ ନମ୍ବର ଜୋନର ବିଭିନ୍ନ ପଞ୍ଚାୟତରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେପି ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ କୀର୍ତ୍ତନ ଦାସ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ଦାସଙ୍କୁ ନେଇ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗ୍ରସ୍ଥ କରିବା ସହ ଘରକୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି । ଗଞ୍ଜାମ ବ୍ଲକର ରାମଗଡ଼ ପଞ୍ଚାୟତର ପୋଡ଼ାଗଡ଼, ଝାଟିପଦର, ରଘୁନାଥପୁର ବରପଲ୍ଲୀ, ସୁବଳୟା ପଞ୍ଚାୟତର ବାଦପଲ୍ଲୀ, ନୁଆଁ ବେଲପଡ଼ା, ପାଲୁରୁ ଛକ ଓ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଏଚ୍‌.ବୁରୁଡ଼ି, ସାନ ରାମଚନ୍ଦ୍ରପୁର, ଡିଆଁଡେଇଁ ପ୍ରମୁଖ ଗ୍ରାମରେ ଘରକୁ ଘର ବୁଲିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ଦେଶ ବିକାଶର ସଫଳତାକୁ ପ୍ରସଙ୍ଗ କରି ଭୋଟ ଭିକ୍ଷା କରିଛନ୍ତି । ଏହି ଭୋଟ ପ୍ରଚାର ସମୟରେ ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା, ବରିଷ୍ଠ ନେତା ସୁରେନ୍ଦ୍ର ସାହୁ, ପୂର୍ବତନ କାଉନସିଲର ଶରତ ଚନ୍ଦ୍ର ବେହେରା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.