ଦେଓଗାଁ ବ୍ଳକରେ ହେବିୱେଟ ନେତାଙ୍କ ନିର୍ବାଚନୀ ପ୍ରଚାର : ୧୩ନଂ. ଜୋନରେ ମାରାଥନ ପ୍ରଚାର କଲେ ଅନଙ୍ଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୧୩ ନଂ. ଜୋନରେ ମାରାଥନ ପ୍ରଚାର କଲେ ଅନଙ୍ଗ ଉଦୟ ସିଂଦେଓ ।ମରାଥନ ପ୍ରଚାର କରି କହିଛନ୍ତି ଯେ, ନବୀନ ସରକାର ଗରିବଙ୍କ ସରକାର । କେତେ ଯୋଜନା ଅଛି ତାହାର ହିସାବ ନାହିଁ । ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ବିଦା କରୁଛନ୍ତି । ଏଥିରୁ ଜଣାପଡ଼ୁଛି ଯେ, ନବୀନ ସରକାର ଦୁର୍ନୀତି ପ୍ରଶୟ ଦେବେ ନାହିଁ । ଲୋକଙ୍କ ନିକଟକୁ ଯୋଜନା ପଠାଇବା କେବଳ ରାଜ୍ୟରେ ନୁହେଁ ଦେଶରେ ୧ନମ୍ବର । ତେଣୁ ନିଶ୍ଚିତ ଭାବେ ଲୋକମାନେ ବିଜେଡିକୁ ଭୋଟ ଦେବେ ବୋଲି ଗତକାଲି ଦେଓଗାଁ ବ୍ଳକର ୧୩ ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କଚ ଧରି ପ୍ରଚାର କରି ନିବେଦନ କରିଛନ୍ତି ହେବିୱେଟ ନେତା ଅନଙ୍ଗ ଉଦୟ ସିଂଦେଓ । ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ଦେଓଗାଁ ବ୍ଳକରେ ଧୀରେ ଧୀରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ନିର୍ବାଚନକୁ ଆଉ ମାତ୍ର କିଛିଦିନ ଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜ୍ୟ ସ୍ତରରେ ମଙ୍ଗ ଧରୁଥିବା ନେତା ପଞ୍ଚାୟତ ନିର୍ବାଚନର ପ୍ରଚାର ମଇଦାନକୁ ଆସି ଦଳୀୟ ସମର୍ଥକଙ୍କ ପାଇଁ ପ୍ରଚାର କରୁଛନ୍ତି ।

ପୂର୍ବରୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବାରମ୍ବାର ବଲାଙ୍ଗିର ଜିଲା ଦେଓଗାଁ ବ୍ଳକର ୧୨ ଓ ୧୩ ନମ୍ବର ଜୋନରେ ମାରାଥନ ପ୍ରଚାର କରିଥିବା ବେଳେ ୧୨ ନମ୍ବର ଜୋନରେ ପାଟଣା ମହାରାଜ ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆସି ଗାଁ ଗାଁରେ ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଦେଓଗାଁ ବ୍ଳକର ପଞ୍ଚାୟତ ନିର୍ବାଚନରେ ନିର୍ବାଚନର ମଙ୍ଗ ଧରିଥିବା ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ପରେ ବିଜେଡ଼ିର ହେବିୱେଟ ନେତା ଅନଙ୍ଗ ଉଦୟ ସିଂଦେଓ ଗତକାଲି ୧୨ ନମ୍ବର ଜୋନରେ ଆସି ପ୍ରଚା‌ର କରିଥିବାରୁ ବିଜେଡ଼ିରେ କର୍ମୀମହଲରେ ଉତ୍ସାହିତ ହୋଇଛନ୍ତି । ମଙ୍ଗଳବାର ୧୩ ନମ୍ବର ଜୋନର ମକୁନ୍ଦପୁର, ଅର୍ଜୁନପୁର, କୁଳୁତାପଡ଼ା, ବଡ଼ବାହାଲ ଘୁଡ଼ଖାପଲା ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ବିଜେଡ଼ି ପ୍ରାର୍ଥିନୀ ସୁମତୀ ସେଠଙ୍କୁ ବହୁ ସଂଖ୍ୟାରେ ଭୋଟଦେବାକୁ ନିବେଦନ କରିଥିଲେ । ଅନ୍ୟ ଅନ୍ୟ ରାଜନୀତି ଦଳର ହେମନ୍ତ ଦୀପ, ଉଗ୍ରେସନ ସାହୁ, ଆଦିକନ୍ଦ ଛତ୍ରିଆ, ଗିରିଧରୀ ଭୋଇ, ବିଜୟ ସାହୁ, ଲିଙ୍ଗ ରାଉତ, ଇନ୍ଦ୍ରମଣୀ ସାହୁ, ଅଜିତ ବାରିକ ଅଭିମନ୍ୟୁ ପୁଟା, ଗୋଲାପ ସାହୁ, ବୃନ୍ଦାବନ ହରପାଲ ପ୍ରମୁଖ ବିଜେଡି ଦଳରେ ଯୋଗ ଦେଇଥିବା ଘୋଷଣା କରିଥିଲେ । ଆଜିର ଏହି ମାରାଥନ ପ୍ରଚାରରେ ବରିଷ୍ଠ ବିଜେଡି ନେତା ଉମା ଶଙ୍କର ସିଂ, ଲକ୍ଷ୍ମଣ ମେହେର, ଶୈଲେନ୍ଦ୍ର ସାହୁ, ପ୍ରମୋଦ ବହିଦାର, ବେଣୁଧର ସିଂ, ଭୋଜରାଜ ରଣା, ସେନାପତି ରଣା, ଶ୍ରୀବତ୍ସୀ ନାଗ ସହ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.