jsm

ସରପଞ୍ଚ ଦିଲିପ ଛୋଟରାୟଙ୍କ ବାଇକ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ରହିଥିବା ବେଳେ ସିପିଏମ୍‌ର ଟାଣୁଆ ନେତା ତଥା ସ୍ଥାନୀୟ ସରପଞ୍ଚ ଦିଲିପ ଛୋଟରାୟ ନିଜ ପଞ୍ଚାୟତରେ ଏକ ବାଇକ ଶୋଭାଯାତ୍ରା ବାହାର କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ତାଙ୍କ ସମର୍ଥିତ ସରପଞ୍ଚ ପାର୍ଥିନୀ ଅନୁରାଧା ଛାଟୋଇ ଓ ସମିତିସଭ୍ୟା ପାର୍ଥିନୀ ଏସ.ଦମୟନ୍ତୀ ରାଓଙ୍କ ପାଇଁ ସେ ପାଳିବନ୍ଧ ପଞ୍ଚାୟତରେ ନିର୍ବାଚନ ମୈଦାନରେ ବାଇକ ଶୋଭାଯାତ୍ରା ବାହାର କରି ଭୋଟରମାନଙ୍କୁ ଆକୃଷ୍ଟ କରିବା ନେଇ ନିର୍ବାଚନ ପ୍ରଚାର କରିଛନ୍ତି । ଉକ୍ତ ଶୋଭାଯାତ୍ରା ସ୍ଥାନୀୟ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର ନିକଟରୁ ବାହାରି କଣ୍ଟିଆଗଡ଼, ନିଳାଦ୍ରୀପୁର, ଖଟୁଆ କୁଦା, ମୟୁରପଦା, ଗୋଖରକୁଦା, ଲକ୍ଷ୍ମୀପୁର, ପାଳିବନ୍ଧ, ପୁରୁଣାବନ୍ଧ, ସୂର୍ଯ୍ୟନାରାୟଣପୁର, ବିଞ୍ଚଣାପଲ୍ଲୀ ପ୍ରମୁଖ ଗ୍ରାମ ମାନଙ୍କରେ ଶୋଭାଯାତ୍ରାରେ ଯାଇ ଭୋଟ ପ୍ରଚାର କରାଯାଇଥିଲା ।ସରପଞ୍ଚ ପଞ୍ଚାୟତରେ କରିଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟ ଓ ସାମୁହିକ ବିକାଶକୁ ପ୍ରସଙ୍ଗ କରି ଭୋଟ ଭିକ୍ଷା କରିଥିଲେ । ଯାହାକୁ ନେଇ ବିଭିନ୍ନ ଗ୍ରାମରେ ବିପୁଳ ଜନ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି ।

yuvodaya
Leave A Reply

Your email address will not be published.