jsm

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କୁ ନିର୍ବାଚନୀ ସଭାରେ ଭବ୍ୟ ସ୍ଵାଗତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଳକ ବରିକେଲ ମଣ୍ଡଳ ମହୁଲପାଲି, ଦର୍ବେକେଲା, କେନ୍ଦୁଭଟା ଆଦି ଗ୍ରାମକୁ ଯାଇ ଆସନ୍ତା ୧୮ରେ ଦ୍ଵିତୀୟ ପର୍ଯ୍ୟାୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ରାଜ ବୋଡାସମ୍ବର ଜୋନ୍ ନଂ ୧ରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ସରସ୍ୱତୀ ସାହୁଙ୍କ ପାଇଁ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଗତକାଲି ଭୋଟ ପ୍ରଚାରରେ ଯାଇଥିବା ବେଳେ ଲୋକେ ଶ୍ରୀ ପୁରୋହିତଙ୍କୁ ବିପୁଳ ପରିମାଣରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ବିଜେପି ପ୍ରାର୍ଥିନୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇବା ପାଇଁ ଅନୁରୋଧ କରିଥିଲେ । ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ପୁରୋହିତ ଅଞ୍ଚଳର ବିକାଶ ଦିଗକୁ ଆଗକୁ ବଢ଼ାଇବା ପାଇଁ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିନୀ, ସମର୍ଥିତ ପ୍ରାର୍ଥୀ ସମିତି ସଭ୍ୟ, ସରପଞ୍ଚ ପ୍ରାର୍ଥୀମାନଙ୍କୁ ବିଜୟ କରିବାକୁ ଅନୁରୋଧ କରିଥିଲେ । ଏଥିରେ ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରିତେଶ ବହିଦାର, ବରିଷ୍ଠ ବିଜେପି ନେତା ରାଜୁ ଘିଭେଲା, ଅଶୋକ ମିଶ୍ର, କୁନାଲ ସିଂ ପାଣିଗ୍ରାହୀଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ବିଜେପି କର୍ମୀଙ୍କ ସହ ଜନସାଧାରଣ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.