ଚାରା ଘୋଟାଲାର ଆଉ ଏକ ମାମଲାରେ ଛନ୍ଦି ହେଲେ ଲାଲୁ : ୧୩୯ କୋଟି ଟଙ୍କା ହେର୍‌ଫେର୍‌ ଘଟଣାରେ ଦୋଷୀ ସାବ୍ୟସ୍ତ

ରାଞ୍ଚି : ଚାରା ଘୋଟାଲାର ଆଉ ଏକ ମାମଲାରେ ଛନ୍ଦି ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ୧୩୯ କୋଟି ଟଙ୍କା ହେର୍‌ଫେର୍‌ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି । ଏହି ମାମଲା ଡୋରଣ୍ଡା କୋଷାଗାରରୁ ୧୩୯ କୋଟି ଟଙ୍କା ହେର୍‌ଫେର୍‌ ସହ ଜଡ଼ିତ ରହିଛି । ରାଞ୍ଚି ସ୍ଥିତ ସିବିଆଇର ସ୍ପେସାଲ କୋର୍ଡ ଏହି ଫଇସଲା ଶୁଣାଇଛନ୍ତି । ତେବେ ଏହି ଘଟଣାରେ ଲାଲୁଙ୍କୁ ଦଣ୍ଡ ବିଧାନ ଶୁଣାଣି ଏପର୍ଯ୍ୟନ୍ତ ହୋଇନାହିଁ । ଯଦି ତିନି ବର୍ଷରୁ କମ୍‌ ଜେଲ୍‌ଦଣ୍ଡ ପାଇଁ ଆଦେଶ ହୁଏ ତେବେ ତାଙ୍କୁ ଜମାନତ ମିଳି ଯାଇପାରେ । କିନ୍ତୁ ଯଦି ଏମିତି ନହୁଏ ତେବେ ଲାଲୁ ପ୍ରସାଦ ଯାଦବଙ୍କୁ କଷ୍ଟଡ଼ିରେ ନିଆଯିବ ।

Leave A Reply

Your email address will not be published.