ବିନିକା ବ୍ଲକରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ତ୍ୱରାନ୍ୱୀତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟ ଶାଖାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯାଇଅଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ବିନିକା ବ୍ଲକର ବିଭିନ୍ନ ହାଇସ୍କୁଲକୁ ପରିଦର୍ଶନ କରି ଜୁନିଅର ରେଡକ୍ରସର ସେବା ମୂଳକ କାର୍ଯ୍ୟକ୍ରମର ତଦାରଖ କରିବା ସହିତ ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ଶିଶୁ ସୁରକ୍ଷା, ସଡକ ସୁରକ୍ଷା ବିଷୟରେ ଛାତ୍ରଛାତ୍ରୀ ମାନେ କିଭଳି ତାଲିମ ପାଇପାରିବେ ସେ ବିଷୟରେ ପ୍ରଧାନଶିକ୍ଷକ ଏବଂ ଜୁନିଅର ରେଡକ୍ରସ ପରାମର୍ଶଦାତା ମାନଙ୍କ ସହିତ କୋଭିଡ ଗାଇଡଲାଇନ ଅନୁପାଳନ କରି ଆଲୋଚନା କରାଯାଇଥିଲା । କୁହିବାହାଲ ହାଇସ୍କୁଲର ପ୍ରଧାନଶିକ୍ଷକ ମୁରଲି ବିଶ୍ୱାଲ, ମହଦା ହାଇସ୍କୁଲର ଅନନ୍ତନାରାୟଣ ସିଂଦେଓ, କରତଙ୍ଗ ହାଇସ୍କୁଲର ସୁଜାତା ମିଶ୍ର, ଶଙ୍କରାର ସୁଶିଲ କୁମାର ପଣ୍ଡା, ସେଲେଡି ହାଇସ୍କୁଲର ଲକ୍ଷ୍ମୀକାନ୍ତ ପଣ୍ଡା, ମେଘେଲାର ଗୌରୀଶଙ୍କର ହୋତା, ସିଲାଟିର ପରମାନନ୍ଦ ହୋତା, ଅନ୍ତର୍ଡାର ପଂଚାନନ ପଣ୍ଡା, ଭଣ୍ଡାରର ରାମପ୍ରସାଦ ବିଶ୍ୱାଲ, ବିନିକା ବାଳିକା ହାଇସ୍କୁଲର ରେଣୁବାଳା ସାହୁ, ବିନିକା ବାଳକ ହାଇସ୍କୁଲର ପ୍ରଧାନଶିକ୍ଷକ ନିଳାଚଳ ମେହେର, ସିନ୍ଦୁରପୁରର ପ୍ରହଲ୍ଲାଦ ପଣ୍ଡା, ଏବଂ ପରାମର୍ଶଦାତା ପବିତ୍ର ବାରିକ, ସନ୍ତୋଷ ଗୁପ୍ତା, ଶେଷଦେବ ହୋତା, ରାଜେଶ୍ୱରୀ ନାଏକ, ବିଘ୍ନେଶ୍ୱର ପଣ୍ଡା, ନଳିନୀ କୁମ୍ଭାର, ଅହଲ୍ୟା ଜେନା, ତହସିଲ ଭୋଇ , କିଶୋର ସୁନା, କୁହିବାହାଲ ହାଇସ୍କୁଲର କାଉନସିଲର ତଥା ଜିଲ୍ଲା ସାଧନକର୍ମି ଶେଷଦେବ ଛତ୍ର, ଜିଲ୍ଲା ସାଧନକର୍ମି ହୃଷିକେଶ ଡାଙ୍ଗ, ବରିଷ୍ଠ ଶିକ୍ଷକ ସୁଶିଲ ବିଶି ପ୍ରମୁଖ ଜୁନିଅର ରେଡକ୍ରସ ପରିଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ବିନିକା ବିଡିଓ ବ୍ୟାସଦେବ ବେହେରା, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ, ଏଡିଇଓ ମଞ୍ଜୁଲତା ଭୋଇ, ସଂପାଦକ ହିମାଂଶୁ ଶେଖର କର, ଉପସଭାପତି ଗତିକୃଷ୍ଣ ମିଶ୍ର, ପ୍ରାକ୍ତନ କମିଟି ମେମ୍ବର ପ୍ରମୋଦ କୁମାର ପଣ୍ଡା ଏବଂ ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସର କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.