oom

ଆସନ୍ତା ଫେବୃଆରୀ ୧୩ ତାରିଖ ଦିନ ଅସ୍ତିତ୍ୱ ଏବଂ ପ୍ରଶାନ୍ତି ଏଜୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ରେଡ଼ିଓ ଦିବସ ପାଳିତ ହେବ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଫେବୃଆରୀ ୧୩ ତାରିଖ ଦିନ ଅସ୍ତିତ୍ୱ ଏବଂ ପ୍ରଶାନ୍ତି ଏଯୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ରେଡ଼ିଓ ଦିବସ ପାଳିତ ହେବାକୁ ଯାଉଅଛି । ଏଥିପାଇଁ ସେମାନେ ଗୋଟିଏ ଛୋଟ ପ୍ରତିଯୋଗିତା ରଖିଥିବା ସୂଚନା ଦେଇଛନ୍ତି । ପ୍ରତେକ ପ୍ରତିଯୋଗୀ ମାନେ ରେଡ଼ିଓ ସହିତ ନିଜର ଫଟୋ ଉଠାଇବେ ଓ ଫଟୋ ତଳେ ଗୋଟିଏ ଶୀର୍ଷକ ରେଡ଼ିଓ ଉଦେଶ୍ୟରେ ଲେଖି whatsapp ନମ୍ବର ୭୯୭୮୩୮୦୨୮୩ /୯୪୩୮୧୮୪୨୭୮ରେ ପଠାଇବେ ବୋଲି ସୂଚନା ଦେଇଛନ୍ତି । ସବୁଠାରୁ ଭଲ ଫଟୋ ଏବଂ ଶୀର୍ଷକ ପଠାଇଥିବା ପ୍ରତିଯୋଗୀଙ୍କୁ ସଂସ୍ଥା ତରଫରୁ ପୁରସ୍କୃତ କରାଯିବ ବୋଲି ସୂଚନା ରହିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତଙ୍କ ପାଇଁ ମଧ୍ୟ ଉପହାର ରଖାଯାଇଛି । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତର ବ୍ୟବସ୍ଥା ମଧ୍ୟ ରହିଛି । ତେଣୁ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସଫଳ କରିବା ପାଇଁ ଆପଣମାନଙ୍କୁ ଆମର ଅନୁରୋଧ । କମୁନିଟି ପାଠାଗାର, ଶହୀଦ ଲକ୍ଷ୍ମଣ ନାୟକ ମଣ୍ଡପ ନିକଟ, ରେଣ୍ଟାଲ୍ କଲୋନୀ, ଜୟଦେବ ବିହାର, ଭୁବନେଶ୍ଵରଠାରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହେବାକୁଥିବା ବେଳେ ନିଜ ସହିତ ଯେ କୌଣସି ରେଡିଓ ନେଇ ଆସିଲେ କାର୍ଯ୍ୟକ୍ରମଟି ଆହୁରି ଆନନ୍ଦଦାୟକ ହୋଇପାରିବ ବୋଲି ସେମାନଙ୍କ ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.