ଦୁଇ ମହିଳା ଡାକ୍ତର ପରସ୍ପରକୁ ଭଲ ପାଉଥିଲେ, ଦୁହିଁଙ୍କ ସଗାଇ ସରିଛି, ବର୍ତ୍ତମାନ ସେମାନେ ବିବାହ କରି ଜୀବନସାଥୀ ହେବେ

ମୁମ୍ବାଇ : ମହାରାଷ୍ଟ୍ରର ନାଗପୁରରେ ରହୁଥିବା ସମଲିଙ୍ଗୀ ଦମ୍ପତି ସାମାଜିକ ପ୍ରତିବନ୍ଧକକୁ ଅତିକ୍ରମ କରି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନାଗପୁରର ଏହି ଦୁଇ ଯୁବତୀ ବୃତ୍ତି ଅନୁଯାୟୀ ଡାକ୍ତର ଅଟନ୍ତି । ଦୀର୍ଘ ଦିନ ଧରି ଏକାଠି ରହିବା ପରେ ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ନିଜ ପରିବାରକୁ ସେମାନଙ୍କର ଯୌନ ଆଭିମୁଖ୍ୟ ବିଷୟରେ ଅବଗତ କରାଇଛନ୍ତି ଏବଂ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ସଗାଇ ସାରିଛନ୍ତି । ଉକ୍ତ ଉଭୟ ମହିଳା ଡାକ୍ତର ପାରୋମିତା ମୁଖାର୍ଜୀ ଏବଂ ସୁରଭି ମିତ୍ରା ଗତ ସପ୍ତାହରେ ନାଗପୁରରେ ସଗାଇ ସାରିଥିଲେ, ଏହାକୁ ସେମାନେ ‘କମିଟ୍‌ମେଂଟ୍‌ ରିଙ୍ଗ ସେରେମନି’ ନାମରେ ନାମିତ କରିଥିଲେ । ଏଥିରେ ଉଭୟ ମହିଳା ପରସ୍ପରଙ୍କୁ ପରସ୍ପର ରିଙ୍ଗ ପିନ୍ଧାଇ ସ୍ୱାମୀ-ସ୍ତ୍ରୀଙ୍କ ପରି ଏକାଠି ରହିବାକୁ ପ୍ରତିଶୃତି ଦେଇଥିଲେ । ଏହି ଉତ୍ସବରେ ଉଭୟଙ୍କ ପରିବାର ଏବଂ ବନ୍ଧୁମାନେ ମଧ୍ୟ ଯୋଗ ଦେଇଥିଲେ ଏବଂ ଏହି ସମ୍ପର୍କକୁ ନେଇ ସମସ୍ତେ ଖୁସି ମନେ ହେଉଥିଲେ ।

Leave A Reply

Your email address will not be published.