କେବେ ସମ୍ପୂର୍ଣ୍ଣ ହେବ ଅଧା ଗଢ଼ା ପୋଲ

ନୂଆପଡ଼ା, (ନିରାକାର ମେହେର) : ସରକାରଙ୍କ କହିବା ଅନୁଯାଇ ସବୁ ଗାଁକୁ ରାସ୍ତା ହେବ । କେହି ଯାତାୟାତରେ ଅସୁବିଧା ଭୋଗ କରିବେନାହିିଁ । କିନ୍ତୁ ବାସ୍ତବ ଚିତ୍ର ଓଲଟା । ଏବେ ମଧ୍ୟ ଅନେକ ଗାଁକୁ ଭଲ ରାସ୍ତାଟିଏ ନାହିଁ । ସେମିତି ସମସ୍ୟାକୁ ନେଇ ଗତି କରୁଛି ଖଡ଼ିଆଳ । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକ ମହରା ଜୋର ଗ୍ରାମ । ଏହି ଗ୍ରାମରୁ ଖଇରା ଯିବା ରାସ୍ତାରେ ଯାଇଥିବା ନାଳ ପାଇଁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି । ଏହି ରାସ୍ତା ଦେଇ ଖଇରା ହାଟ ସହ ଆଦର୍ଶ ବିଦ୍ୟାଳୟ ଖଇରାକୁ ଯିବାକୁ ପଡେ । କିନ୍ତୁ ଗ୍ରାମରେ ପୋଲ ନ ଥିବାରୁ ପାଣି ଭିତରେ ପଶି ଯିବା ଆସିବା କରୁଛନ୍ତି ଲୋକେ । କୋଡିଏ ବର୍ଷ ତଳେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।  ଏହାସହ ୬ଟି ସ୍ତମ୍ଭ ମଧ୍ୟ ନିର୍ମାଣ କରାଯାଇଛି । ଆଉ ସେବେଠାରୁ ଏପର୍ଯ୍ୟନ୍ତ ଅଧାରେ ପଡି ରହିଛି ନିର୍ମାଣ କାର୍ଯ୍ୟ । ଆଉ ବ୍ରିଜ କାମ ଆଗେଇ ପାରୁନାହିଁ । ଗ୍ରାମବାସୀ ଅଭିଯୋଗ କଲେ ଆଜି ହେବ କାଲି ହେବ ବୋଲି କହି ପ୍ରଶାସନ ଦିନ ପରେ ଦିନ ଗଡେଇ ଚାଲିଛି । ଆଉ କାମ ଆଗ ଭଳି ଠପ ହୋଇ ପଡିଛି । ସୂଚନାମୁତାବକ ଏହି ନାଳ ଦେଇ ଛାତ୍ରଛାତ୍ରୀ ବିଦ୍ୟାଳୟ ଯାଆନ୍ତି । ବର୍ଷା ଦିନେ ବୋଡେନ ଦେଇ ପନ୍ଦର କିଲୋମିଟର ଯିବାକୁ ପଡେ । ଚାଷୀମାନେ ଭରା ପାଣି ଦେଇ ଚାଷ କାମ କରିବାକୁ ଯାଆନ୍ତି । ଯଦି ଏଠାରେ ବ୍ରିଜଟି ନିର୍ମାଣ ହେବ ତେବେ ସବୁ କାମ ସହଜ ହୋଇ ପାରନ୍ତା ବୋଲି ଲୋକେ ଆଶାବ୍ୟକ୍ତ କରିଛନ୍ତି । ତେବେ କେଉଁ ଉଦ୍ଦେଶ୍ୟ ନେଇ ପୋଲ କାମ ଅଧା ପନ୍ତରିଆ ଭାବରେ ପଡ଼ିରହିଛି ତାହା ତଦନ୍ତ କରିଲେ ଲୋକଲୋଚନକୁ ଆସ ପାରିବ । ଏନେଇ ବୋଡେନ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ପଚାରିବାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ କିଛି କହି ପାରିବିନି ବୋଲି କହିଥିଲେ କଥାରେ ପରଦା ପକାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଆଲୋଚନା ହେଉଛି । ତେବେ ଜଣାନାହିଁ କେବେ ପ୍ରଶାସନର ନଜର ଏହି ଗ୍ରାମର ଅଧାଗଡା ପୋଲ ଉପରେ ପଡିବ ଏବଂ ଅଧାଗଢ଼ା ପୋଲ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.