ପାକିସ୍ତାନରେ ରାସ୍ତା କଡ଼ରେ ଘଟିଥିବା ବିସ୍ଫୋରଣରେ ୪ ମୃତ, ୧୦ ଆହତ

ଇସ୍‌ଲାମାବାଦ : ଶୁକ୍ରବାର ଦିନ ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶରେ ରାସ୍ତା କଡ଼ରେ ବିସ୍ଫୋରଣ ଘଟିଥିଲା । ଏଥିରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଏକ ଗାଡିରେ ଥିବା ଲୋକମାନେ ଡେରା ବୁଗ୍‌ତି ଜିଲ୍ଲାର ମତ ଅଞ୍ଚଳ ଦେଇ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଥିବା ପୋଲିସ କହିଛି । ଏହି ଅଞ୍ଚଳର ସିନେଟର ସରଫରାଜ ବୁଗ୍‌ତି ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତି । ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କର ଜଣେ ସମ୍ପର୍କୀୟ ଅଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.