jsm

ବିଶ୍ଵତ୍ମା ଚେତନା ପରିଷଦର ବରିଷ୍ଠ କର୍ମକର୍ତ୍ତା ଡାକ୍ତର ସୁଚେତା ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଶ୍ଵତ୍ମା ଚେତନା ପରିଷଦ ଏବଂ ଟ୍ରଷ୍ଟ ବଲାଙ୍ଗିରର ଟ୍ରଷ୍ଟି, ବିଶ୍ଵତ୍ମା ଚେତନା ପରିଷଦ ସମ୍ବଲପୁର ଶାଖାର ସଚିବ ଏବଂ ବଲାଙ୍ଗିରର ସଭାନେତ୍ରୀ ତଥା ସକ୍ରିୟ ସଦସ୍ୟା ଡାକ୍ତର ସୁଚେତା ମହାପାତ୍ରଙ୍କ ୧୦/୦୧/୨୦୨୨ରେ ତାଙ୍କ ସମ୍ବଲପୁର ବାସଭବନରେ ଦେହାନ୍ତ ହୋଇଥିଲା । ଆନନ୍ଦ ନିକେତନ ବଲାଙ୍ଗିର ଓ ବିଶ୍ୱତ୍ମା ବିଦ୍ୟାମନ୍ଦିରର ନିର୍ମାଣ, ସଞ୍ଚାଳନ ତଥା ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ରହିଛି ତେଣୁ କରି ଗତକାଲି ବଲାଙ୍ଗିର ବିଶ୍ଵତ୍ମା ଚେତନା ପରିଷଦର ବରିଷ୍ଠ କର୍ମକର୍ତ୍ତା ଡାକ୍ତର ସୁଚେତା ମହାପାତ୍ରଙ୍କ ଗତକାଲି ଆନନ୍ଦ ନିକେତନ ବଲାଙ୍ଗିରରେ ଶ୍ରଦ୍ଧାଞ୍ଜଳି ସଭା ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି । ଓଡ଼ିଶା ଓ ଛତିଶଗଡ଼ର କୋଣ ଅନୁକୋଣରୁ ସନ୍ୟାସୀ, ସାଧୁ, ବୈଷ୍ଣବ ସାଧୁ, ବ୍ରହ୍ମଚାରୀ, ଓ ଅନେକ ଭକ୍ତମାନେ ଆସି ଦିବଂଗତା ଦିବ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.