କୌଶଲ୍ୟା ରଣା ଓ ରାଜେଶ୍ୱରୀ ସେନାପତି ସରପଞ୍ଚ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରାଜପୁର ପଂଚାୟତର ସରପଞ୍ଚ ଭାବେ କୌଶଲ୍ୟା ରଣା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ,ଏହି ପଂଚାୟତ ପାଇଁ ତିନି ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ଶେଷ ଦିବସରେ ଅନ୍ୟ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବାରୁ ଶ୍ରୀମତୀ ରଣା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ସାପଲହରା ପଂଚାୟତର ସରପଞ୍ଚ ଭାବେ ରାସେଶ୍ୱରୀ ସେନାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହି ପଂଚାୟତ ପାଇଁ ଚାରି ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ତିନି ଜଣ ପ୍ରତ୍ୟାହାର କରିବାରୁ ଶ୍ରୀମତୀ ସେନାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନରେ ମଧ୍ୟ ଏହି ପଂଚାୟତର ସରପଞ୍ଚ ଭାବେ ପୃଥ୍ୱୀରାଜ ମାଝୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ତେବେ ଏଥର ଦୁଇ ଜଣ ମହିଳା ସରପଞ୍ଚ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.