jsm

ଆଗଲପୁର ବ୍ଲକ ମୁଖ୍ୟ କିରାଣୀ ପ୍ରଫୁଲ୍ଲଙ୍କ ପାଖରୁ ଠାବ ହେଲା ୧.୩୨ କୋଟି ଟଙ୍କାର ସଂପତ୍ତି : ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଆଗଲପୁର ବ୍ଲକ ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସା’ଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ବେଳେ ତାଙ୍କ ପାଖରୁ ୧.୩୨ କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭିଜିଲାନ୍ସ ପକ୍ଷରୁ ତାଙ୍କ ଗାନ୍ଧୀନଗରପଡ଼ା ସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା ଘର ଓ ହାଟପଦାପଡ଼ା ସ୍ଥିତ ଦୁଇ ମହଲା କୋଠା ଘର ଓ ଆଗଲପୁର ବ୍ଲକ କାର୍ଯ୍ୟାଳୟରେ ୩ଟି ଦଳ ଚଢ଼ାଉ କରିଥିଲେ । ଚଢ଼ଉରେ ୨ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍‌ଟର୍‌, ଜଣେ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ୍‌ ଥିଲେ ।

yuvodaya
Leave A Reply

Your email address will not be published.