jsm

ବଲାଙ୍ଗିର ବିଜେପି କର୍ମୀ ମହଲରେ ଅସନ୍ତୋଷ : ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ଅଭିଯୋଗ ଆଣିଲେ ବିଜେୱାଇଏମ୍‌ ଜିଲ୍ଲା ଉପସଭାପତି

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେପି କର୍ମୀ ମହଲରେ ଅସନ୍ତୋଷ ଘନାଉଥିବା ପରିଲକ୍ଷିତ ହେଉଛି । ଭାରତୀୟ ଜନତା ଯୁବ ମୋର୍ଚ୍ଛା ଜିଲ୍ଲା ଉପସଭାପତି ଭୋଳାନାଥ ସାହୁ ଅଭିଯୋଗ କରିଛନ୍ତି ଯେ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବଲାଙ୍ଗିର ୧୩ ନଂ. ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ ପ୍ରକ୍ରିିୟାରେ ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଅନନ୍ତ କୁମାର ଦାସ ଅନିୟମିତତା କରି ତାଙ୍କର ମନଇଚ୍ଛା ପ୍ରାର୍ଥୀ ଚୟନ କରିଛନ୍ତି । ଯାହା ଫଳରେ ଶ୍ରୀ ଦାସ ଚୟନ କରିଥିବା ପ୍ରାର୍ଥୀ ସ୍କୁଟିନିରେ କଟି ଯାଇଛନ୍ତି । ଏଣୁ ସେ ବିଜେପି ଓଡିଶା ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେୱାଇଏମ୍‌ ଓଡିଶା ରାଜ୍ୟ ସଭାପତି ଇରାସିସ ଆଚାର୍ୟ୍ୟ ଓ ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ପାଖରେ ଏହି ଅନିୟମିତତାରେ ସାମିଲ ଥିବା ଅନନ୍ତ କୁମାର ଦାସଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପୂର୍ବକ ତାଙ୍କୁ ପାର୍ଟିରୁ ବରଖାସ୍ତ କରାଯାଉ ବୋଲି ଅନୁରୋଧ କରିଛନ୍ତି ।

yuvodaya
Leave A Reply

Your email address will not be published.