jsm

ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି ପାଳିତ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ହାଇସ୍କୁଲ ପରିସରରେ ‘ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ’ ପରିବାର ପକ୍ଷରୁ ନେତାଜୀଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି । ଏହି ଉତ୍ସବରେ ଶିକ୍ଷକ ଗୋବର୍ଦ୍ଧନ ବରାଳ ପୌରହିତ୍ୟ କରି ବିଦ୍ୟାଳୟ ପରିସରରେ ଥିବା ପାଞ୍ଚ ମହାପୁରୁଷ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ବିପ୍ଳବୀ ଚାଖି ଖୁଣ୍ଟିଆ, ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ଜୟ କୃଷ୍ଣ ରାଜଗୁରୁ ମହାପାତ୍ରଙ୍କ ପ୍ରତ୍ତିମୂର୍ତ୍ତିରେ ଧୂପ, ଦୀପ, ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ନେତାଜୀଙ୍କ ସ୍ମତିଚାରଣ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀ, ଶିକ୍ଷକ ଶୁକଦେବ ମଲ୍ଲିକ ସାମାଜିକ କର୍ମୀ ଵିପିନ ବିହାରୀ ଦାସ, ବାବୁରାମ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଡେଲାଙ୍ଗ ଶିଶୁ ସାହିତ୍ୟ ସସଂଦ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତି ପାଳିତ ହୋଇଛି । ଏହି ଅବସରରେ ସସଂଦର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ରାଷ୍ଟ୍ର ପାଇଁ ଉଭୟଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ମାସିକ ପତ୍ରିକା, କୁନୀକଥା ପତ୍ରିକାକୁ ପିଲାମାନଙ୍କୁ ବଣ୍ଟାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ସାହିତ୍ୟ ସଂସଦର ପରିଚାଳନା କମିଟିର ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.