csstore

ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୋଭିଡ ଟୀକାକରଣ

କଳାହାଣ୍ଡି, (ନରୋତ୍ତମ ସେଲମା ) : କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାହାଣ୍ଡି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶେଷ ଶିବିର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ ଟୀକା ଦିଆଯାଇଛି । କର୍ଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଓ ରିଷିଡା ହସ୍ପିଟାଲର ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀ ବୃନ୍ଦଙ୍କ ଦ୍ୱାରା ୨୧୯ ଜଣଙ୍କୁ ଟୀକା ଦିଆଯାଇଥିବା ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ସ୍ଵଚନା ଦେଇଛନ୍ତି । ଏହି ଟିକାକରଣ ଡାକ୍ତର ସୁଧାଂଶୁ ବେଦବାକ, ଜନ ସ୍ୱସ୍ଥ୍ୟ ଶିକ୍ଷା ସମ୍ପ୍ରସାରଣ ଅଧିକାରୀ କିଶୋର ଦାଶ, ରିଷିଡା ଟୀକାକରଣ ସଂଯୋଜକ ପବିତ୍ର ନାଏକ, ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ଅଜିତ ସିଂ କୁମାର, ଜୁନିଅର କଲେଜର ନୋଡାଲ ଅଫିସର ଅଧ୍ୟାପକ ଗିରିରାଜ ଗହିର, ଅଧ୍ୟାପକ ନିଳାମ୍ବର ପାତ୍ର ଓ ଅନ୍ୟ କର୍ମୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜୁନିଅର କଲେଜର ଯୁବ ରେଡ଼କ୍ରସ, ରେଡ ରିବନ କ୍ଲବ ତଥା ରାଷ୍ଟ୍ରୀୟ ସେବା ଯୋଜନାର ସ୍ୱେଛାସେବୀ ବୃନ୍ଦ ଏବଂ ଅନ୍ୟ ଅଧ୍ୟାପକ ଓ କର୍ମଚାରୀ ମାନେ ସହାୟତା କରିଥିଲେ ।

jayashree
Leave A Reply

Your email address will not be published.