oom

ଗତ ୨୪ ଘଂଟାରେ ୧୦ ହଜାର ୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୭୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୪୩୪୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୮୩୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୨୨୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୬, ବାଲେଶ୍ୱରରୁ ୨୭୮, ବରଗଡରୁ ୭୬, ଭଦ୍ରକରୁ ୧୩୮, ବଲାଙ୍ଗିରରୁ ୨୧୬, ବୌଦ୍ଧରୁ ୧୫, କଟକରୁ ୮୭୦, ଦେବଗଡରୁ ୧୮, ଢେଙ୍କାନାଳରୁ ୫୦, ଗଜପତିରୁ ୮୨, ଗଞ୍ଜାମରୁ ୧୫୪, ଜଗତସିଂହପୁରରୁ ୧୪୨, ଯାଜପୁରରୁ ୨୧୨, ଝାରସୁଗୁଡାରୁ ୨୧୯, କଳାହାଣ୍ଡିରୁ ୧୨୩, କନ୍ଧମାଳରୁ ୩୬, କେନ୍ଦ୍ରାପଡାରୁ ୫୧, କେଉଁଝରରୁ ୧୦୯, ଖୋର୍ଦ୍ଧାରୁ ୩୧୮୮, କୋରାପୁଟରୁ ୧୫୫, ମାଳକାନଗିରିରୁ ୧୭, ମୟୁରଭଞ୍ଜରୁ ୪୨୩, ନବରଙ୍ଗପୁରରୁ ୧୨୨, ନୟାଗଡରୁ ୧୦୨, ନୂଆପଡାରୁ ୬୬, ପୁରୀରୁ ୨୭୨, ରାୟଗଡାରୁ ୧୩୧, ସମ୍ବଲପୁରରୁ ୫୭୦, ସୁବର୍ଣ୍ଣପୁରରୁ ୧୦୬, ସୁନ୍ଦରଗଡରୁ ୧୩୪୮ ଓ ଷ୍ଟେଟ ପୁଲ୍‌ରୁ ୭୨୪ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.