csstore

ଲକ୍ଷ୍ମୀଧର ବେହେରା ଆଇଆଇଟି ମଣ୍ଡି ନିର୍ଦ୍ଦେଶକ ଭାବେ ନିଯୁକ୍ତ

ଭୁବନେଶ୍ୱର, (ସୁଶାନ୍‌ନ୍ତ ସାହୁ) : ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) ମଣ୍ଡିର ନୂତନ ନିର୍ଦ୍ଦେଶକ ଭାବେ ଓଡ଼ିଆ ଶିକ୍ଷାବିତ୍‌ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କୁ ନିଯୁକ୍ତ କରାଯାଇଛି । ଆଇଆଇଟି କାନ୍‌ପୁରରେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ପୁନମ୍‌ ଏବଂ ପ୍ରଭୁ ଗୋଏଲ୍‌ ଚେୟାରର ପ୍ରଫେସର ବେହେରା ହେଉଛନ୍ତି ରୋବୋଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଶେଷଜ୍ଞ । ସେ ଜଳବାୟୁ ନିୟନ୍ତ୍ରିତ କୃଷି, ଜୈବ ଶକ୍ତି, ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି କେତେକ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଯୋଜନା ରଖିଥିବାବେଳେ ଆଇଆଇଟି ମଣ୍ଡିକୁ ର଼୍ୟାଙ୍କିଙ୍ଗରେ ଉନ୍ନତି ଆଣିବା ଉପରେ ସେ ଗୁରୁତ୍ୱ ଦେବେ ବୋଲି ପ୍ରଫେସର ବେହେରା କହିଛନ୍ତି

jayashree
Leave A Reply

Your email address will not be published.