ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଦଧିବାମନ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ଅନୁଗୋଳ ପାସେଞ୍ଜର ଆସେସିଏସ୍ର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ରମାକାନ୍ତ ସାହୁ, ଉପସଭାପତି ବଦ୍ରି ନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ଏହି ସଭା କାର୍ଯ୍ୟଟି ହୋଇଥିଲା । ରମାକାନ୍ତ ସାହୁଙ୍କର ଦେହାନ୍ତ ହୋଇଥିବାରୁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅନୁଗୋଳ-ପୁରୀ ମିସୁ ଆନୁଗୋଳ ଯାଇନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା ଏବଂ ରେଲୱେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କୁହାଯାଇଥିଲା । ଦ୍ୱିତୀୟରେ ଉକ୍ତ ଟ୍ରେନଟି ପ୍ରତିଦିନ ଯିବା ଏବଂ ଆସିବାରେ ନିୟମିତ ବିଳମ୍ବିତ ହେଉଥିବାରୁ ରେଲୱେ ଡିଭିଜନ ଏବଂ ହେଡ୍ ଅଫିସ୍କୁ ଦୃଢ଼ ଭାବେ ପ୍ରତିବାଦ ଜଣାଇବାକୁ ପ୍ରସ୍ତାବ ଦିଆଗଲା । ଅତିଶୀଘ୍ର ପରିସ୍ଥିତି ନ ସୁଧୁରିଲେ ଅନ୍ଦୋଳନ ଗ୍ରହଣ କରାଯିବ ବୋଲି ସର୍ବ ସମିତି କ୍ରମେ ପ୍ରସ୍ତାବ ନିଆଗଲା । ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରାଯାଇଥିଲା ।
Prev Post
Next Post