ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ସେପ୍ଟେମ୍ବର ୨୦ତାରିଖ ଦିନ ଉତ୍କଳ ନବଜୀବନ ମଣ୍ଡଳ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର କର୍ମକର୍ତ୍ତାବୃନ୍ଦ ରାଉରକେଲା ଇସ୍ପାତ କାରଖାନାର ଇଡି, ପି ଆଣ୍ଡ ଏ ଶ୍ରୀ ପି.କେ. ଶତପଥୀଙ୍କୁ ଦେଖାକରି ରାଉରକେଲାରେ ଥିବା ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ସ୍ଥଳର ନବୀକରଣ ଓ ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପମାଲ୍ୟ ଅର୍ପଣ ପାଇଁ ହେଉଥିବା ଅସୁବିଧାକୁ ଦୂର କରି ସୁଦୃଶ୍ୟ ସିଡି ସ୍ଥାପନା ପାଇଁ କରିଥିବା ଆବେଦନକୁ ବିଚାରକରି ସେକ୍ଟର ୧୯ ଆମ୍ଭାଗାନ ନିକଟସ୍ଥ ଗୋପବନ୍ଧୁ ପ୍ରତିମୂର୍ତ୍ତି ସ୍ଥଳ ଓ ସେକ୍ଟର ୨ ଛକରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ସ୍ଥଳରେ ଇସ୍ପାତ ସିଡି ପ୍ରବନ୍ଧନ କରିଥିବାରୁ ଏକ ପ୍ରତିନିଧି ମଣ୍ଡଳୀର ବୈଦ୍ୟନାଥ ଦାସ, ହରିହର ରାଉତରାୟ, ଚିତ୍ତରଂଜନ ଜେନା, ସଂଜୀବ ମହାନ୍ତି, ଆଇନଜୀବୀ ନାରାୟଣ ପ୍ରସାଦ ଦାସ, ଅଭୟ ଦାସ ପ୍ରମୁଖ କର୍ମକର୍ତ୍ତାମାନେ ଇଡି ଶ୍ରୀ ଶତପଥୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହ ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଷ୍ଟିଲ ଲିମିଟେଡର ପ୍ରଥମ ବୋର୍ଡ ଡାଇରେକ୍ଟର ସଦସ୍ୟ କୃଷ୍ଣଚନ୍ଦ୍ର ଗଜପତି ନାମରେ ମୁଖ୍ୟ ଗେଟ୍ ସାମ୍ନାରେ ଗଜପତି ପାର୍କ ପ୍ରତିଷ୍ଠା ଏବଂ ଓଡିଶା ତଥା ରାଉରକେଲାରେ ପ୍ରଥମେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ, ସ୍ବାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କର ପ୍ରତିମୂର୍ତ୍ତି ରିଂରୋଡରେ ସ୍ଥାପନା କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ରିଂରୋଡରେ ସୌନ୍ଦର୍ୟ୍ୟ କରଣରେ ରାଉରକେଲା ଇସ୍ପାତ କାରଖାନାର ଭୂମିକାକୁ ସ୍ବାଗତ କରିଥିଲେ ।