jayashree

ଛତ୍ରପୁରରେ ସ୍ମାର୍ଟ ଭେଣ୍ଡିଙ୍ଗ ଜୋନର ଉଦ୍‌ଘାଟନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସହର ଭିଆଇପି ସିଭିଲ-ରୋଡସ୍ଥ ଆଇ ଲଭ୍‌ ଛତ୍ରପୁର, ପାର୍କ ପଏଣ୍ଟ ନିକଟରେ ମିଶନ ଶକ୍ତି ସୌଜନ୍ୟରେ ସ୍ମାର୍ଟ ଭେଣ୍ଡିଙ୍ଗ ଜୋନର ସୋମବାର ଅପରାହ୍ନରେ ଆନୁଷ୍ଠାନିକ ଉଦ୍‌ଘାଟନୀ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମିଳିତ କ୍ରମେ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ମିଶନ ଶକ୍ତି ବିଭାଗର ଜିଲ୍ଲା-ଉପାଧ୍ୟକ୍ଷ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ ପ୍ରମୁଖ ବହୁ ଅଧିକାରୀ, ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ସୌନ୍ଦର୍ଯ୍ୟକରଣ ପାର୍କ ଓ କୁତ୍ରିମ ଉଦ୍ୟାନ ପରିସରରେ ବସାଯାଇଥିବା ସରକାରୀ ପ୍ରୋତ୍ସାହନରେ ଆୟୋଜିତ ଏହି ଫୁଡ଼ କୋର୍ଟ ଯୋନ ଖୁବ୍‌ ମନୋରମ ହୋଇଛି । ଏଥିରେ ସ୍ଥାନ ପାଇଛି, ଏସ୍‌ଏଚ୍‌ଜି ମହିଳା ଗୃପଙ୍କ ଫୁଡ-କୋର୍ଟର ଚାରୋଟି ବଡ଼ଧରଣର ସ୍ମାର୍ଟ କେବିନ୍‌ରେ ବିସ୍କୁଟ, ଡ୍ରାଇଫୁଡ଼ ସହ ଚା’ଷ୍ଟଲ, ସିଙ୍ଗଡ଼ା, ଆଳୁଚପ୍ ଆଦିର ନାସ୍ତାଷ୍ଟଲ ଏବଂ ଚାଡମିନ, ବିରିୟାନିର ଏକ ଫାଷ୍ଟଫୁଡ଼ ଷ୍ଟଲ । ବିବିଧତାର ବ୍ୟଞ୍ଜନ ସମିଷ୍ଟିର ଖାଦ୍ୟରୁଚିକର ତଥା ସ୍ୱଚ୍ଛ-ସୁନ୍ଦର ଭରା ଚାରୋଟି ଷ୍ଟଲରେ ନିୟୋଜିତ ସ୍ୱତନ୍ତ୍ର ୟୁନିଫର୍ମ ପରିଧାନର ପୋଷାକ ପଦ୍ଧତି ଜନତାଙ୍କୁ ଅତ୍ୟନ୍ତ ଆକର୍ଷଣୀୟ କରିଛି । ଆଗକୁ ଏହି ସ୍ମାର୍ଟ ଭେଣ୍ଡିଙ୍ଗ ଯୋନର ପ୍ରସାର ବୃଦ୍ଧି ପାଇବାର ଆଶାବ୍ୟକ୍ତ କରିଛନ୍ତି, ସ୍ଥାନୀୟ ପ୍ରଶାସନ ।

Leave A Reply

Your email address will not be published.