ପାଟଣାଗଡ଼ରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଗତକାଲି ପାଳିତ ହୋଇଯାଇଛି । ଏଥିପାଇଁ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ ସାରା ରାଜ୍ୟରେ କରାଯାଇଛି । ପାଟଣାଗଡ ନିର୍ବାଚନ ମଣ୍ଡଳୀର ପାଟଣାଗଡ ବିଜେଡି କାର୍ୟ୍ୟାଳୟରେ ବିଜୁ ଜନତା ଦଳ ପକ୍ଷରୁ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ ପ୍ରତିଷ୍ଠା ଦିବସ ସମାରୋହରେ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ବିଜେଡି ସରକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷ ଶାସନ କାଳରେ ସ୍ଵଚ୍ଛ ନିର୍ମଳ ଶାସନ ଲୋକଙ୍କ ଜନହିତକର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଆଗକୁ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଥିବାରୁ କିପରି ଦଳକୁ ଆହୁରି ସୁଦୃଢ଼ କରି ହେବ ସେନେଇ ଦଳ ଏଜେଣ୍ଡା ପ୍ରସ୍ତୁତ କରିଛି । କିପରି ଅଧିକ ଭୋଟରେ ଦଳ ବିଜୟୀ ହେବ ସେ ଉପରେ ଗୁରୂତ୍ଵ ଦେବା ସହ ରାଜ୍ୟ ସରକାରଙ୍କ ସମସ୍ତ ଜନ ହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସେନେଇ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । ସେହିପରି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ, ବେଲପଡା ବ୍ଳକରେ ମଧ୍ୟ ମଣ୍ଡଳୀସ୍ତରୀୟ ବିଜେଡି ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହେଉଥିଲା ଏଥିରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିଲେ ସରକାରଙ୍କ ଜନହିତକର କାର୍ଯ୍ୟର ସଫଳତା ଉପରେ ଆଲୋକପାତ କରିଥିଲେ । ବେଲପଡା ବ୍ଳକରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ବିଧାୟକ ପ୍ରତିନିଧି ଗଣେଶ କୁମ୍ଭାର, ବିଜେଡି ଯୁବ ସଭାପତି, ଦୁର୍ଯ୍ୟୋଧନ କୁମ୍ଭାର, ମହେଶ୍ୱର ସାହୁ, ନୁନହାଡ ସମିତି ସଭ୍ୟ ରବିନ୍ଦ୍ର ମେହେର, ଅରୁଣ ପାଣିଗ୍ରାହୀ, ବିଜେଡି ନାରୀ ନେତ୍ରୀ ସୁଜାତା ମିଶ୍ର ଥିବା ବେଳେ ପାଟଣାଗଡ଼ରେ ସମିତି ସଭ୍ୟ ଲିଙ୍ଗରାଜ ନାଗ, ବିଧାୟକ ପ୍ରତିନିଧି ହିମାଞ୍ଚଳ ପ୍ରଧାନଙ୍କ ସମେତ ବହୁ ଦଳୀୟ ମହିଳା ପୁରୁଷ କର୍ମୀ ଯୋଗ ଦେଇଥିବା ଖପ୍ରାଖୋଲ ବ୍ଳକରେ ବିଧାୟକ ପ୍ରତିନିଧି ପଞ୍ଚୁ ଦେବ ସାହୁ, ନରେନ୍ଦ୍ର ଭୋଇ, ଗୋବିନ୍ଦ ବାରିକ, ଗୁଣନିଧି ରଥ, ସତ୍ୟନାରାୟଣ ମେହେରଙ୍କ ସମେତ ଅନ୍ୟ ସଦସ୍ୟ ମହିଳା ପୁରୁଷ ଯୋଗଦେଇ ଥିଲେ ।

Leave A Reply

Your email address will not be published.