oom

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ପ୍ରାଣ, ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଇକମାଲ ସ୍ଥିତ ଶ୍ରୀ ନୃସିଂହନାଥ ଆଇଓସିଏଲ୍‌ ଅତିଥି ଭବନରେ ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୁତି ଚାରଣ କରିଥିଲେ । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ବାଲ୍ୟକାଳରୁ ଜଣେ ସ୍ପଷ୍ଟବାଦୀ ଛାତ୍ର ସହିତ ଏକ ଦକ୍ଷ ରାଜନୈତିଜ୍ଞ ହେବା ଫଳରେ ଭାରତକୁ ସୁଶାସନର ମଞ୍ଜି ପୋତିଥିଲେ । ତାଙ୍କ ସମୟରେ ଭାରତର ଭିତ୍ତିଭୂମି ଦୃଢ ହେବା ସହିତ ଲୋକଙ୍କର ଆର୍ଥିକ ଅବସ୍ଥା ସୁଧୁରି ଥିଲା । ଭାରତର କୋଣ ଅନୁକୋଣରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବାର ଭୂମିକା ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ପୁରୁଷୋତ୍ତମ ନାଏକ, ମହିଲା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ସୁବାଷିନୀ ପ୍ରଧାନ, ଯୁବନେତା ବାଜୁବନ ନାୟକ, ସରୋଜ ମିର୍ଦ୍ଧା, ଦିବ୍ୟ କୁମାର ନାୟକ, ଏମିଡି ରାଜା, ଓମକାନ୍ତି ସାହୁ, ସୁଶୀଲା ଖମାରୀ, ସୁକଦେବ ପ୍ରଧାନ, ଜୟସିଂ ସୁନା, ଶଶିଧର ରାଉତ, ଶଶି ସାହୁ ହରେକୃଷ୍ଣ ଚନନ୍ଦ, ଭାସ୍କର ଭୁଏ, ଋକ୍ଣଣ ସେଠ, ଭୁବନେଶ୍ୱର ନାଗ ପ୍ରମୁଖ ଉପସ୍ଥିତ ରହି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଥିଲେ ।

jittmm
Leave A Reply

Your email address will not be published.