ବଲାଙ୍ଗିର ଜିଲ୍ଲା କାରାଗାରଠାରେ ବନ୍ଦୀମାନଙ୍କ ଆଇନ୍‌ଗତ ଅଧିକାର ସଂପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲା ଥିବା ସମସ୍ତ କାରାଗାରରେ ଥିବା ବନ୍ଦୀମାନଙ୍କ ଆଇନ୍‌ଗତ ଅଧିକାର ସମ୍ପର୍କିତ ଏକ ସଚେତନତା ଶିବିର ବଲାଙ୍ଗିର ଜିଲ୍ଲା ମୁଖ୍ୟ କାରାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ର ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଜଜ୍‌ ଶିବିରରେ ବନ୍ଦୀ ମାନଙ୍କର ବଭିନ୍ନ ଆଇନ୍‌ ଗତ ଅଧିକାର ସଂପର୍କରେ ସାବଲିଳ ଭାବରେ ବୁଝାଇଥିଲେ । ଏହା ସହିତ ବନ୍ଦୀମାନେ କିପରି ନିର୍ଯ୍ୟାତିତ ନ ହୋଇ ବିଭିନ୍ନ ଆଇନଗତ ସୁବିଧା ସୁଯୋଗ ପାଇପାରିବେ ସେ ସମ୍ପର୍କରେ ବିସ୍ତତ ବିବରଣୀ ପ୍ରଦାନ କରିଥିଲେ । ଏହା ସହିତ ବନ୍ଦୀମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ଉଦ୍ଦ୍ୟେଶରେ ବିଭିନ୍ନ ଅଦାଲତ ଦ୍ୱାରା ପ୍ରକାଶିତ ରାୟ ସମ୍ପର୍କ ରେ ସମ୍ୟକ୍ ଧାରଣା ପ୍ରଦାନ କରିବା ସହ ଜୀବନ ରେ ଆଗକୁ ସଠିକ୍ ରାସ୍ତା ରେ ଚାଲିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଉତ୍ସାହିତ କରି ଥିଲେ । ଏହା ପରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଆଇନ ସହାୟତା ଯୋଜନା ସବୁ ବର୍ଣ୍ଣନା କରିଥିଲେ । ଏହି ଶିବିରରେ ଜିଲ୍ଲାର ଅନ୍ୟ ସମସ୍ତ କାରାଗାରରେ ଥିବା ବନ୍ଦୀମାନେ ଅନଲାଇନ ମାଧ୍ୟମରେ ଯୋଗ ଦେଇ ଥିଲେ । କାରାଗାରର ଅଧୀକ୍ଷକ ଧୀରେନ୍ଦ୍ର ନାଥ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.