jayashree

ଓଡିଶା ସାମ୍ବାଦିକ ୟୁନିୟନ୍‌ର ସୁବର୍ଣ୍ଣ ଜୟନ୍ତୀ ସାମାରୋହ

ସେକ୍ରେଟାରୀଏଟ୍ ମଧ୍ୟରେ ପ୍ରେସ-ସେଲ୍ ଗୃହ ପୁନଃ ପ୍ରଚଳିତ ହେଉ, ସାମ୍ବାଦିକଙ୍କୁ ଫ୍ରିଡମ୍ ଦିଅ-ସୁରେଶ ରାଉତରାୟ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମ୍ବାଦିକମାନେ ସମାଜ ସେବାରେ ନିୟୋଜିତ ହୋଇ ଜନତାଙ୍କ ହିତ ଉଦ୍ଦେଶ୍ୟରେ ବହୁବିଧ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣୁଛନ୍ତି । ଅହରହ ସଂଗ୍ରାମ କରୁଛନ୍ତି, ସେମାନଙ୍କ ପାଇଁ ସରକାର ଚିନ୍ତାକରି ଉଚିତ୍‌ ଯୋଜନା କାର୍ଯ୍ୟକାରୀ କରନ୍ତୁ, ରାଜଧାନୀରେ ରାଜ୍ୟ ସରକାରଙ୍କ ସେକ୍ରେଟାରୀଏଟ୍ ମଧ୍ୟରେ ପ୍ରେସ-ସେଲ୍ ଗୃହକୁ ପୁନଃ ପ୍ରଚଳିତ କରନ୍ତୁ, ସାମ୍ବାଦିକଙ୍କୁ ଫ୍ରିଡମ୍ ଦିଅ ବୋଲି ତାଙ୍କ ଭାଷଣରେ ଗର୍ଜିଛନ୍ତି ବିଧାୟକ ସୁରେଶ ରାଉତରାୟ । ଓୟୁଜେର ସାଧାରଣ ପରିଷଦ ବୈଠକରେ ସଭାରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସୁର ଉପସ୍ଥିତ ସାମ୍ବାଦିକଙ୍କୁ ଉତ୍ସବରେ ସାଧୁବାଦ ଜଣାଇଥିଲେ ଏବଂ ତାଙ୍କ ସମ୍ଭାଷଣରେ ଏହି ଉକ୍ତି ବାଢ଼ିଥିଲେ । ଜାତୀୟ ସାମ୍ବାଦିକ ୟୁନିୟନ ନୂଆଦିଲ୍ଲୀ ଦ୍ୱାରା ଅନୁବନ୍ଧିତ ଓଡିଶା ସାମ୍ବାଦିକ ୟୁନିୟନର ରାଜ୍ୟସ୍ତରୀୟ ସମାରୋହ ରାଜଧାନୀ ଭୁବନେଶ୍ୱର ସ୍ଥ ଜୟଦେବ ଭବନ ପରିସରରେ ସୁବର୍ଣ୍ଣଜୟନ୍ତୀ ପାଳନ ଉତ୍ସବ ସହ ସମ୍ପନ୍ନ ହୋଇଯାଇଛି । ଓୟୁଜେର ସାଧାରଣ ପରିଷଦ ବୈଠକ ତଥା ସୁବର୍ଣ୍ଣଜୟନ୍ତୀ ସମାରୋହ ଅବସରରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ସମାରୋହରେ ଓୟୁଜେର ସଭାପତି ତଥା ପ୍ରେସ-କାଉନ୍ସିଲ ସଦସ୍ୟ ପ୍ରସନ୍ନ ମହାନ୍ତି ସ୍ୱାଗତ ସମ୍ଭାଷଣ ଦେଇ ଜନତାଙ୍କ ସ୍ୱର ଉଠାଇ ସମ୍ବାଦ ପତ୍ରରେ ସ୍ଥାନ ଦେଇ ପ୍ରଶାସନ ଆଗରେ ଉପସ୍ଥାପିତ କରି ଆସୁଥିବା ଗଣମାଧ୍ୟମ ପ୍ରତିନିଧି ତଥା ସାମ୍ବାଦିକମାନଙ୍କ ସମସ୍ୟାକୁ ସରକାର ଦୃଷ୍ଟି ଦେବା ନିହାତି ଜରୁରୀ ଅଟେ । ସାମ୍ବାଦିକଙ୍କ ସମସ୍ୟା ସମାଧାନ ଦିଗରେ ଗଠିତ ହୋଇଥିବା ଓଡ଼ିଶାର ସର୍ବପୁରାତନ ପ୍ରତିଷ୍ଠିତ ସାମ୍ବାଦିକ ସଂଗଠନ ଓୟୁଜେ ଦୀର୍ଘ ୫୦ ବର୍ଷ ଧରି ଅହରହ ସଂଗ୍ରାମ କରି ଏକ ମାଇଲଖୁଣ୍ଟ ଯାଏଁ ସଂଗ୍ରାମ ଜାରୀ ରଖି ଆସିଛି ବୋଲି ସୂଚାଇ ଥିଲେ । ସମ୍ବାଦିକଙ୍କୁ ଖୁବଶୀଘ୍ର ପେନ୍‌ସନ୍‌ ପ୍ରଦାନ ନେଇ ନୀତି ପ୍ରଚଳିତ ହେବ, ସହାୟତା ବୀମା ରାଶି ଦୁଇ ଲକ୍ଷଟଙ୍କାରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଏବଂ ୱେବ-ମିଡ଼ିଆ ପାଇଁ ସ୍ୱତନ୍ତ୍ର ନୀତି ଗାଇଡ଼ଲାଇନ ଖସଡ଼ା ପ୍ରସ୍ତୁତ ହେବ ବୋଲି ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନସ ମଙ୍ଗରାଜ କହିଛନ୍ତି । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବିଦାସ ରାଜ୍ୟରେ ସାମ୍ବାଦିକତା ଲାଗି ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସର୍ବୋପରି ସାମ୍ବାଦିକଙ୍କୁ ବୀମାଭୁକ୍ତ କରିବା ଉଦ୍ୟମ ହେଉ, ସ୍ୱାସ୍ଥ୍ୟବୀମା ଯୋଜନାରେ ବାଦ୍‌ ପଡିଥିବା ବିଭିନ୍ନ ଖବରକାଗଜ ଓ ଗଣମାଧ୍ୟମ ସଂସ୍ଥାର ବାଦ୍‌ ପଡିଥିବା ପ୍ରତିନିଧିମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା, ସ୍ୱାସ୍ଥ୍ୟବୀମା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷକୁ ବୃଦ୍ଧି କରିବା, ମାଲକାନଗିରିର ସାମ୍ବାଦିକଙ୍କ ଉପରେ ଲଦାଯାଇଥିବା ମିଥ୍ୟା ମକଦ୍ଧମା ପ୍ରତ୍ୟାହାର କରି ନେବା ମହାରାଷ୍ଟ୍ର ପରି ଓଡ଼ିଶାରେ ଜର୍ଣ୍ଣାଲିଷ୍ଟ ପ୍ରୋଟେକ୍ସନ ଆକ୍ଟକୁ କାର୍ଯ୍ୟକାରୀ କରାଯିବା, ପେନ୍‌ସନ୍‌ ଯୋଜନା ଯଥା ଶୀଘ୍ର ଲାଗୁ କରାଯିବ, ବିଭିନ୍ନ ସରକାରୀ ସୁବିଧା ଲାଗୁ କରିବା ଆଦି ସଭାରେ ଦାବୀ ଉପସ୍ଥାପନା କରାଯାଇଛି । ଏହି ସମାରୋହରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ପ୍ରାନ୍ତରୁ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ପରସ୍ପର ମଧ୍ୟରେ ଯୋଗ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଥିଲେ । ଓୟୁଜେର ବରିଷ୍ଠ ସଦସ୍ୟ ତଥା ଗଞ୍ଜାମ ୟୁନିୟନର ସଭାପତି ପ୍ରକାଶ ପାଣିଗ୍ରାହୀ (ବ୍ରହ୍ମପୁର)ରୁ ପ୍ରତିନିଧିତ୍ତ୍ୱ କରିଥିଲେ ।

Leave A Reply

Your email address will not be published.