oom

ହିନ୍ଦୁ ହେଲେ ମୁସଲମାନ ଯୁବକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଆଜି ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିରଠାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ନେଇ ଗୌରବ ଅନୁଭବ କରି ବିଶ୍ବର ଆଦ୍ୟଧର୍ମ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତନ କଲେ ଏହି ମୁସଲମାନ ଯୁବକ । ଏକ ଘୋରଇ ସଂସ୍ଥାରେ ଚାକିରି କରୁଥିବା ତଥା ବଲାଙ୍ଗିର ସହରରେ ରହୁଥିବା ୨୭ ବର୍ଷୀୟ ଯୁବକ ଅନିସ୍ ଅଖତାର ସ୍ୱଇଚ୍‌ଚ୍ଛାରେ ଯଜ୍ଞ, ପୂଜାବିଧି ମାଧ୍ୟମରେ ବୈଦିକ ପରମ୍ପରା ଏବଂ ସଂସ୍କାର ମାଧ୍ୟମରେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନିସ୍‌ ଅଖ୍‌ତାର୍‌ରୁ ଅନିସ ଆର୍ଯ୍ୟ ପଣ୍ଡା ଭାବରେ ଆଜିଠାରୁ ସେ ନାମିତ ହୋଇଥିବା ସୂଚନା ଦିଆଯାଇଛି ।

ସୁବ୍ରତ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆନନ୍ଦ ଶାସ୍ତ୍ରୀ, କୁଷ୍ଟଦେବ ଶାସ୍ତ୍ରୀ, ରାମଚନ୍ଦ୍ର ବିଶ୍ବାଳ, ଭାଗିରଥି ଆର୍ଯ୍ୟ, ସୁମନ୍ତ ଆର୍ଯ୍ୟ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ହିନ୍ଦୁ ଜାଗରଣ ମଞ୍ଚ ରାଜ୍ୟ ସଂଙ୍ଗଠନ ମନ୍ତ୍ରୀ ତନ୍ମୟ କୁମାର ଦାଶ, ସମ୍ମାନିତ ଅତିଥି ଭାବରେ ଫୋରମ୍‌ ଫର୍‌ ସିଟିଜନ୍‌ ରାଇଟସ୍‌ର ରାଜ୍ୟ ଆବାହକ ଆଲୋକ କୁମାର ମିଶ୍ର ଉପସସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ମିଶ୍ର, ରଘୁନାଥ ଷଡଙ୍ଗୀ, ସରିତା ଯୋଶୀ, ଆରତି ଗୁରୁ, ସଞ୍ଜୁ ନାଏକ, ଜଗନ୍ନାଥ ମାହାଣା, ଅଶ୍ୱିନୀ ପଟେଲ, ଓମ୍‌ପ୍ରକାଶ ସାହୁ ପ୍ରମୁଖ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ହିତେଶ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.