jayashree

କୃଷକ ପରିଚୟ ପତ୍ର ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ କୃଷକ ଯଥା ଭୂମିହୀନ, କୃଷି ଶ୍ରମିକ, ଭାଗଚାଷୀ, ଜମିଥିବା ଚାଷୀ, ପ୍ରାଣୀ ସମ୍ପଦ ଓ ମାଛଚାଷୀ, ମାଛ ଧରୁଥିବା ବ୍ୟକ୍ତି, ଉଦ୍ୟାନ କୃଷି ଓ ଜଙ୍ଗଲ ଉପରେ ନିର୍ଭର କରୁଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ କୃଷକ ପରିଚୟ ପତ୍ର । ବିଭିନ୍ନ ଯୋଜନାର ସୁଫଳ ପାଇବା ନିମନ୍ତେ କୃଷକମାନଙ୍କ ପାଇଁ ଏହା ସହାୟକ ହୋଇପାରିବ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ମାଧ୍ୟମରେ ଟ୍ୱିଟର୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.