oom

ଉପରମୁହାଁ ଓମିକ୍ରନ୍‌ : ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୨୦ରେ ପହଂଚିଲା

jsmm

ନୂଆଦିଲ୍ଲୀ : ଓମିକ୍ରନ୍ ମାମଲା ଦେଶରେ ତଳମୁହାଁ ହେବାର ନାମ ନେଉନାହିଁ । ବର୍ତ୍ତମାନ ଦେଶରେ ରୋଗୀଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି । ଓମିକ୍ରନ୍ ଏବେ ଦେଶର ୧୪ ଟି ରାଜ୍ୟରେ ପହଞ୍ଚିଛି । ମଙ୍ଗଳବାର ଦିନ ମହାରାଷ୍ଟ୍ରରେ କରୋନା ଭାଇରସ ଓମିକ୍ରନର ୧୧ଟି ନୂଆ ମାମଲା ସାମ୍‌ନାକୁ ଆସିଥିବା ବେଳେ ଜାମ୍ମୁ କାଶ୍ମୀରର ୟୁନିଅନ୍‌ ଟେରିଟୋରିରେ ଓମିକ୍ରନର ୩ଟି ନୂଆ ମାମଲା ରିପୋର୍ଟ ହୋଇଛି ।

ଏହା ସହିତ, ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲରେ ବର୍ତ୍ତମାନ ପର୍ୟ୍ୟନ୍ତ ଓମିକ୍ରୋନର ୩୪ଟି ମାମଲା ଦେଖିବାକୁ ମିଳିଛି, ଯେଉଁଥିରୁ ୧୭ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

କରୋନା ଭୂତାଣୁର ନୂତନ ରୂପ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏକ ଚିଠି ଲେଖିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ଏହି ଚିଠିରେ କହିଛନ୍ତି ଯେ, କରୋନାର ଡେଲ୍‌ଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ତିନି ଗୁଣ ଦ୍ରୁତ ଗତିରେ ବ୍ୟାପୁଛି । ତେଣୁ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ତଥ୍ୟ ବିଶ୍ଳେଷଣ, କଠୋର ଏବଂ ତ୍ୱରିତ ନିୟନ୍ତ୍ରଣର ଆବଶ୍ୟକତା ଅଛି । ରାଜ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ସଚିବ ରାଜେଶ ଭୂଷଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖିଥିବା ଏକ ଚିଠିରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ରାତ୍ରି କର୍ଫ୍ୟୁ ଲାଗୁ କରିବା, ବଡ଼ ସମାବେଶ ପାଇଁ କଡା ନିୟମାବଳୀ, ବିବାହ ଏବଂ ଅନ୍ତିମ ସଂସ୍କାର କାର୍ୟ୍ୟକ୍ରମରେ ଲୋକଙ୍କ ସଂଖ୍ୟା ହ୍ରାସ କରିବା ଭଳି ରଣନୀତିକ ନିଷ୍ପତ୍ତି କାର୍ୟ୍ୟକାରୀ କରିବାକୁ କହିଛନ୍ତି ଏବଂ ତଦାରଖ ପାଇଁ ପରାମର୍ଶ ଦିଆଯାଇଛି ।

jittmm
Leave A Reply

Your email address will not be published.