jsm

ପାର୍ବତୀ ଗିରି ବାଳ ନିକେତନର ଅନ୍ତେବାସୀ ବଣଭୋଜିରେ ବାହାରିବା ବେଳେ ଶୁଭେଚ୍ଛା ଜଣାଇଲେ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନର ଅନ୍ତେବାସୀ ବଣଭୋଜିରେ ବାହାରିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ । ସୂଚନା ଅନୁସାରେ ସଂପୃକ୍ତ ବାଳ ନିକେତନର ଅନ୍ତେବାସୀ ବଣଭୋଜିରେ ଯିବା ପାଇଁ ବସ୍‌ଟିଏ ସହଯୋଗ କରିବାକୁ କମାଣ୍ଡେଣ୍ଟ ଶ୍ରୀ ତିୱାରୀଙ୍କୁ ଅନୁରୋଧ କରାଯିବା ପରେ ସେ ଅନ୍ତେବାସୀଙ୍କ ପାଇଁ ନିଜ ଖର୍ଚ୍ଚରେ ବସ୍‌ ଯୋଗାଡ଼ କରିଦେବା ସହ ସେମାନଙ୍କୁ ବଣଭୋଜି ବାହାରିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ସହ ସିଆର୍‌ପିଏଫ୍‌ ଯବାନ୍‌ମାନେ ମଧ୍ୟ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.