oom

ସରୋଜ କୁମାର ରଥ ହେଲେ ରାଜ୍ୟ କିଷାନ କଂଗ୍ରେସର ସାଧାରଣ ସଂପାଦକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କିଷାନ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଯୁବନେତା ସରୋଜ କୁମାର ରଥଙ୍କୁ ଓଡିଶା ପ୍ରଦେଶ କିଷାନ କଂଗ୍ରେସ ସାଧାରଣ ସଂପାଦକ ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ରଥଙ୍କ ନିଯୁକ୍ତିରେ ଜିଲ୍ଲା କିଷାନ କଂଗ୍ରେସ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ ହେବା ସହ ପ୍ରତ୍ୟେକ ସ୍ତରରେ ଚାଷୀଙ୍କ ସମସ୍ୟାକୁ ସଠିକ୍‌ ଭାବରେ ଉପସ୍ଥାପନ କରିବା ପାଇଁ ଆଶାବ୍ୟକ୍ତ କରିବା ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କିଷାନ ସେଲ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲା କିଶାନ କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତା ଯଥା ରାଜ୍ୟ କିଶାନ କଂଗ୍ରେସ ସଂପାଦକ ଚଗଲା ପରିଚ୍ଛା, ସରୋଜ ପ୍ରଧାନ, ଗଗନ ନାଥ, ସାନ୍ତନୁ ସିଂହ, ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଶ୍ରୀ ରଥଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.