ସଡକ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ସନ୍ତୋଷୀ ମା’ ମନ୍ଦିର ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ନେବାରେ ଜଣାପଡିଛି ଏପି୨୭ୟୁ୭୬୩୯ ନମ୍ବର ବିଶିଷ୍ଟ ରୋଡ଼ ରିପାୟରିଂ ପାଇଁ ଏକ ଟ୍ରକ ରାସ୍ତାରେ ଡାହାଣ ପାଖରେ ଛିଡା ହୋଇଥିବା ବେଳେ ଏପି୦୫ଟିଡି୭୩୫୯ ନମ୍ବର ବିଶିଷ୍ଟ ଏକ ଆନ୍ଧ୍ରପ୍ରଦେଶ ଟ୍ରକ ଇଚ୍ଛାପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପଛପଟୁ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ଷ୍ଟେରିଂ ଧରିଥିବା ଅବସ୍ଥାରେ ଗୋଡଟି ଚାପି ହୋଇଯାଇଥିଲା । ଖବର ପାଇ ଛତ୍ରପୁର ଦମକଳବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲେ । ଟ୍ରକ ଚାଳକଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିବା ସହ ଗୋଡଟି ଭାଙ୍ଗିଯାଇଥିବା ଜଣାପଡିଛି । ଖବରପାଇ ଗଞ୍ଜାମ ଥାନା ସେକେଣ୍ଡ ଅଫିସର ନାରାୟଣ କଅଁର ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.