oom

ଶକ୍ତି ସଂରକ୍ଷଣ ହେଲେ ପରିବେଶ ସୁରକ୍ଷିତ ରହିବ : ହୃଷୀକେଶ ପାଢ଼ୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଡିସେମ୍ବର ୧୪ ତାରିଖରୁ ସବୁଜ ଡେଲାଙ୍ଗ ଟ୍ରଷ୍ଟ, ପକ୍ଷରୁ ଶକ୍ତି ସଂରକ୍ଷଣ ହେଲେ ପରିବେଶ ସୁରକ୍ଷିତ ରହିବ ଅଭିଯାନ ଆରମ୍ଭ ହୋଇଯାଇଅଛି । ଟ୍ରଷ୍ଟର ପ୍ରତିଷ୍ଠାତା ଶିଶୁ ସାହିତ୍ୟିକ, କବି, ପ୍ରକୃତିପ୍ରେମୀ, ଆଇନଜୀବୀ ହୃଷୀକେଶ ପାଢ଼ୀ ପରିବେଶକୁ ସୁରକ୍ଷିତ ରଖୁଥିବା ତଥା ବାୟୁପ୍ରଦୂଷଣକୁ ପ୍ରତିହତ କରୁଥିବା ନିଜେ କିଣିଥିବା ବ୍ୟାଟେରୀ ଚଳିତ ସ୍କୁଟିରେ ନିଜ ଗ୍ରାମ ବୋଲକଣାରୁ ପ୍ରଚାରପତ୍ର ଧରି ପ୍ରଚାର ଅଭିଯାନ ଆରମ୍ଭ କରି ପ୍ରଥମ ଦିନରେ ମଣିଜପୁର, ବେରବୋଇ, ଡେଲାଙ୍ଗ ଷ୍ଟେସନ ବଜାର, ହୁମର, ପିଢପାଟଣା, ପୋଷଲ, ଜେନାପୁର, ମଉନେଇଁ ମଠ, ଛବାଟିଆ, ବାଲିଉପର, ଚିତ୍ତାଳପୁର, ବିଦୁରପୁର, ଟୋଳାପଡା, ଗଣତିପଡା, ଶ୍ରୀପୁରୁଷୋତ୍ତମ ପୁର, କୁଞ୍ଜର, ବିଲାସ ପୁର, ପାଟପୁର ପାଟଣା ସାହି, ଗୁଡପାଇଲୋ ପର୍ଯ୍ୟନ୍ତ ଯାଇଥିଲେ । ଏଲ. ଇ.ଡି ବହୁଳ ବ୍ୟବହାର, ସରକାରୀ କାର୍ୟ୍ୟଳୟ, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ, କୃଷି ଓ ପଶୁପାଳନ ଫାର୍ମ ପ୍ରଭୃତିରେ ଶକ୍ତି ସଂଚୟକାରୀ ଉପକରଣ ବ୍ୟବହାର, ପିଇବା ପାଣି ଯୋଗାଣ ଏବଂ ଉଠାଜଳସେଚନ ପାଇଁ ଉଚ୍ଚ କ୍ଷମତାସଂପନ୍ନ ପାମ୍ପସେଟ ବ୍ୟବହାର, ନୂତନ ଘରନକ୍ସା ପ୍ରସ୍ତୁତି ସମୟରେ ପ୍ରାକୃତିକ ସୂର୍ୟ୍ୟକିରଣ ଆସିପାରୁଥିବାର ବ୍ୟବସ୍ଥା, କାନ୍ଥରେ ହାଲୁକା ରଙ୍ଗ ଦେବା, ଓ ବାୟୁ ପ୍ରବାହର ସଠିକ ଉପଯୋଗ ଉପରେ ପ୍ରାଧାନ୍ୟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବଜ୍ୟୋତି ସ୍ୱାଇଁ, ବିଶ୍ୱଜିତ ମହାରଣା, ଆକାଶ ପାଢ଼ୀ, ସୋମନାଥ ସେନାପତି ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.