ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ବିଚାରପତି ଦିଲ୍ଲିପ କୁମାର ବିଶ୍ୱାଳ ଏକ ଦୁଷ୍କର୍ମ ମାମଲାରେ ଜଣଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ସୂଚନାରୁ ପ୍ରକାଶ ଯେ, ବାଲିଗୁୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ଗଡଗାବାଲି ଗ୍ରାମର ଅଭିଯୁକ୍ତ ସୁଜିତ କୁମାର ନାୟକ ତାଙ୍କ ଗ୍ରାମର ଜଣଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ବାଲିଗୁଡା ଥାନା କେସ ନଂ. ତା ୫/୧୨/୧୫ରେ ଏକ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ବାଲିଗୁଡା କୋର୍ଟରେ ୧୧୯/୧୫ରେ କେସ ରେଜିଷ୍ଟି ହୋଇ ବିଚାରଣ ଚାଲିଥିଲା । ବିଚାରପତି ସମସ୍ତ ସାକ୍ଷ ପ୍ରମାଣକୁ ଭିର୍ତ୍ତି କରି ଅଭିଯୁକ୍ତ ସୁଜିତ କୁମାର ନାୟକଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି । ଏନେଇ ସରକାରୀ ଓକିଲ ସୁଧାଂଶୁ ମୋହନ ପତି ସୁଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.