ସଇଁନ୍ତଲା ଥାନରେ ନୂତନ ଥାନ ଅଧିକାରୀ ଅବନୀ ସାହୁଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଅବନୀ ସାହୁ । ପୂର୍ବରୁ ସେ ଟିଟିଲାଗଡ଼ ରେଲୱେ ପୋଲିସରେ କାର୍ଯ୍ୟରତ ଥିଲେ । ତତ୍କାଳୀନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଅନ୍ୟତ୍ର ବଦଳି ହେବା ପରେ ଥାନା ଅଧିକାରୀ ଭାବେ ଶ୍ରୀ ସାହୁ ଯୋଗଦେଇଛନ୍ତି । ନୂତନ ଥାନା ଅଧିକାରୀ ଭାବେ ଯୋଗଦେବା ପରେ ସଇଁନ୍ତଲା ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ଭାଇଚାରା ସୃଷ୍ଟି କରିବା ଓ ଅପରାଧ ରୋକିବା ମୂଳ ଲକ୍ଷ ରହିଛି ବୋଲି ନୂତନ ଥାନା ଅଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.