oom

ରାଜ୍ୟପାଳଙ୍କ ଦ୍ଵାରା ପୁସ୍ତକ ଲୋକାର୍ପିତ

jsmm

ଖଡ଼ିଆଳ, (ନିରାକାର ମେହେର) : ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ୱରେ ‘ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନ’ର ଏକ ପ୍ରତିନିଧି ଦଳ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ କରିଥିଲେ । ଏହି ଅବସରରେ ରାଜ୍ୟପାଳଙ୍କ କରକମଳରେ ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନ ଖଡ଼ିଆଳର ତିନୋଟି ଓଡ଼ିଆ ପୁସ୍ତକ ଲୋକାର୍ପିତ ହୋଇଥିଲା । ଏହି ପୁସ୍ତକ ଗୁଡିକ ହେଲା ଲୋହିତାକ୍ଷ ଯୋଷୀ, ସାମୁଏଲ ଦାନୀ ଓ ଡ଼ଃ ସୁଶାନ୍ତ କୁମାର ବିଶିଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ “ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ ରଚନା ସମଗ୍ର : ପ୍ରଥମ ଖଣ୍ଡ”, ସାମୁଏଲ ଦାନୀଙ୍କ ଓଡ଼ିଆ ଉପନ୍ୟାସ “ମରୁଡି ୧୯୬୫” ଓ ଡ଼ଃ ସୁଶାନ୍ତ କୁମାର ବିଶିଙ୍କ ଲିଖିତ ଓଡ଼ିଆ ସମାଲୋଚନା ପୁସ୍ତକ” ଓଡ଼ିଆ ସାହିତ୍ୟ : ବିମ୍ବ ଓ ପ୍ରତିବିମ୍ବ” । ଏହି ତିନୋଟି ଯାକ ପୁସ୍ତକ କାବ୍ୟଲୋକ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ହୋଇଛି । ଏହି ଅବସରରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ପ୍ରଫେସର ସୁଧୀର କୁମାର ଯୋଷୀ, ଅନୁଷ୍ଠାନର ସଭାପତି ଅଧ୍ୟାପିକା ସଂଜୀବନୀ ସୁଧା ରଥ, ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ଡଃ ସୁଶାନ୍ତ କୁମାର ବିଶି, ଇଞ୍ଜିନିଅର ସୁନୀଲ କୁମାର ଦଣ୍ଡସେନା, ପ୍ରକାଶକ ଭିକାରି ଧଳ ଓ ଶ୍ରୀମତୀ ରଶ୍ମିତା ଦଣ୍ଡସେନା ଉପସ୍ଥିତ ଥିଲେ । ଏହି ଅବସରରେ ଲୋହିତାକ୍ଷ ଯୋଷୀ ପୁସ୍ତକମାନଙ୍କ ସମ୍ବନ୍ଧରେ ରାଜ୍ୟପାଳଙ୍କୁ ସମ୍ୟକ ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.