ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀ ଗସ୍ତର ଦ୍ୱିତୀୟ ଦିନ । ସେ କାଶୀ ବିଶ୍ୱନାଥ କରିଡର୍ର ଉଦ୍ଘାଟନ ପାଇଁ ସୋମବାର ବନାରସରେ ପହଞ୍ଚିଥିଲେ । ସେ ପ୍ରଥମେ ଲଲିତ ଘାଟରେ କାଶୀରେ ପହଂଚିଥିଲେ ଏବଂ ଏହା ପରେ ବାବା ବିଶ୍ୱନାଥଙ୍କୁ ଗଙ୍ଗାଜଳରେ ଅଭିଷେକ କରି ପ୍ରାର୍ଥନା କରିଥିଲେ । ସନ୍ଧ୍ୟାରେ ଗଙ୍ଗା ଆରତୀ କରାଯାଇଥିଲା । ଏଥିସହିତ ବିଳମ୍ବିତ ରାତିରେ ସେ ବନାରସ ଷ୍ଟେସନ ଏବଂ କାଶୀରେ ଚାଲିଥିବା ବିକାଶମୂଳକ କାର୍ୟ୍ୟର ସମୀକ୍ଷା କରିଥିଲେ । ସେ ଆଜି ସନ୍ଧ୍ୟାରେ ଦିଲ୍ଲୀ ଯିବା ପୂର୍ବରୁ ଅନେକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୫.୧୫ରେ ବାରାଣାସୀରୁ ଦିଲ୍ଲୀ ଯିବେ ।
ବିଜେପି ଶାସିତ ୧୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅଧ୍ୟକ୍ଷତା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରେ ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି । ଏହି ସଭାରେ ବିହାର ଏବଂ ନାଗାଲାଣ୍ଡର ଡେପୁଟି ସିଏମ୍ ମଧ୍ୟ ଉପସ୍ଥିତ ଅଛନ୍ତି ।