ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଢେଙ୍କାନାଳ, (ତାପସ ଦାସ) : ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତସ୍ଥ ଝରଣ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଏହି ଘଟଣାଟି ଗତକାଲି ଅପରାହ୍ନ ୪ଟା ସମୟରେ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଭୁବନ ଲଷ୍ମୀଛକ ତେଲିସାହିର ଡମ୍ବୁରୁଧର ପୁଷ୍ଟିଙ୍କର ପୁତ୍ର ସଂଜୀବ କୁମାର ପୃଷ୍ଟି(୨୮)ବର୍ଷ ସେ ସକାଳୁ ନିଜର ଜୀବିକା ନିର୍ବାହ ନିମନ୍ତେ ନିଜର ଘରୁ ଗତକାଲି ସକାଳ ୭ଟାରୁ ବେପାରକୁ ଆସି ଅପରାହ୍ନ ୪ଟା ବେଳେ ସେ ନିଜର ଘରକୁ ଫେରୁଥିବା ସମୟରେ ତାଙ୍କର ପଛପଟୁ ଏକ ମାଙ୍କଡା ପଥର ବୋଝେଇ ୪୦୭ଗାଡି ନଂଓଡି୦୬ଜେ୮୪୦୯ଗାଡିଟି ଝରଣ ନିକଟ ଗଡାନିଠାରେ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ଫଳରେ ଶ୍ରୀ ପୃଷ୍ଟିଙ୍କର ସେହି ସ୍ଥାନରେ ମୃତ୍ୟୁ ହୋଇଥିଲା ତାଙ୍କର ଘରେ ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି ଜଣେ ପୁଅ ଜଣେ ଝିଅଟିର ବୟସ ୫ବର୍ଷ ହୋଇଥିବା ବେଳେ ପୁଅଟିକୁ ମାତ୍ର ୧୧ମାସ ହୋଇଛି ଘଟଣା ସ୍ଥଳରେ ଗଁଦିଆ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ପୋଷ୍ଟ ମଟର୍ମ ନିମନ୍ତେ ଏକ ଆମ୍ବୁଲାନ୍ସରେ ଢେଙ୍କାନାଳ ମେଡିକାଲକୁ ପଠାଯାଇଛି ଘଟଣା ସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ପୋଲିସ ଜବତ କରିଛି ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.